

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବୃକ୍ଷ ହିଁ ଜୀବନ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଚାରା ବଣ୍ଟନ କରାଯାଇଛି । ଏହି ଅବସରରେ ଆଜି ବ୍ରହ୍ମପୁର ଗେଟ ବଜାର ମଣ୍ଡଳ ସ୍ଥିତ ମୁକ୍ତେଶ୍ଵର ମନ୍ଦିର ନିକଟରେ ମଣ୍ଡଳ ସଭାପତି ଏସ. ଶ୍ରୀନିବାସ ଓ ଏସ ରାଣୀଙ୍କ ତତ୍ୱାବଧନରେ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନା ଯୋଗଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ନେତା ପ୍ରଭାତ ଷଡଙ୍ଗୀ, ଭି ସତୀଶ ମଦନ ମୋହନ ପାତ୍ର, ଶରତ ମହାରଣା, ଏମ. ରବି, ଡ଼ଃ. ସୁବାଷ ଚନ୍ଦ୍ର ସାହୁ, ଏ ଶ୍ରୀଧର, ସଞ୍ଜୟ ବେହେରା, କୁନି ଦାସ, ବିନୋଦିନି ବସନ୍ତିଆ, ନିତି ବେହେରା, ସୁଷମା ମଲ୍ଲ, ବେବି ରାଉଳ, ନମିତା ନାୟକ, କିରଣ କୁମାର ସାହୁ, କମଳ ପାତ୍ର, ମନୋଜ ମହାରଣା, ସନ୍ତୋଷ ପାତ୍ର, ଶିବ ପ୍ରସାଦଙ୍କ ସମତେ ବହୁ ଦଳୀୟ କର୍ମଚାରୀ ଉପସ୍ଥିତ ରହିବା ସହ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା