ଗଞ୍ଜାମ ବିଜେପି ପକ୍ଷରୁ ବୈଠକ:ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନକୁ ‘ସେବା ସପ୍ତାହ’ ରୂପେ ପାଳନ କରିବା ନିମନ୍ତେ ନିଷ୍ପତ୍ତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସକୁ ଏକ ସପ୍ତାହ ବ୍ୟାପୀ “ସେବା ସପ୍ତାହ” ରୂପେ ପାଳନ କରିବାକୁ ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିର୍ଦ୍ଦେଶ ଅନୁସାରେ ଭାରତୀୟ ପାର୍ଟି ୧୪ ସେପ୍ଟେମ୍ବର ୨୦୧୯ରୁ ୨୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଦମାଳ ଓ ଘୁମୁସର ସାଙ୍ଗଠନିକ ଜିଲ୍ଲାକୁ ନେଇ ଆଜି ”ସେବା ସପ୍ତାହ ପାଳନର ଯୋଜନା ବୈଠକ” ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରାଜସ୍ୱ ନିରୀକ୍ଷକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ସେବା ସପ୍ତାହ ପାଳନ କାର୍ଯ୍ୟକ୍ରମର ରାଜ୍ୟ ସହ ସଂଯୋଜକ ମହେଶ ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଏହି ଅଭିଯାନ ଅନ୍ତର୍ଗତ ସେବା ଓ ସ୍ୱଚ୍ଛତା ଜନିତ କାର୍ଯ୍ୟକ୍ରମ ହାତକୁ ନେଇ ସମାଜରେ ସେବା କାର୍ଯ୍ୟପ୍ରତି ସଚେତନତା ଏବଂ ସମ୍ବେଦନଶୀଳତା ସୃଷ୍ଟି କରି କାର୍ଯ୍ୟକର୍ତ୍ତା ମାନେ ନିଜ ଜୀବନ ଶୈଳୀରେ ପ୍ରତିଫଳିତ କରିବାକୁ ଆହ୍ୱାନ କରିଥିଲେ । ଏଥିରେ ୫ଟି ଜିଲ୍ଲାର ସଭାପତି ମାନଙ୍କ ସମେତ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ, ବିଭୁତି ଭୂଷଣ ଜେନା, କେ. ରାବଣାମୂର୍ତ୍ତି, କରେନ୍ଦ୍ର ମାଝୀ, ଦେବରାଜ ମହାନ୍ତି, ନୀଳ ବିଷୋୟୀ, ପିଙ୍କି ପ୍ରଧାନ, ପ୍ରଶାନ୍ତ କର, ମନୋରଞ୍ଜନ ଦ୍ୟାନସମାନ୍ତରା, ରଞ୍ଜନ ପଳେଇ, ଜୟନ୍ତୀ ପଢିୟାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ଜୀବନ ଓ ଉପଲବ୍ଧି ଉପରେ ଆଧାରିତ ଫୋଟ ପ୍ରଦର୍ଶନୀ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର, ଚକ୍ଷୁ ପରୀକ୍ଷଣ ଏବଂ ଅସ୍ତ୍ରୋପଚାର ଶିବିର, ଡାକ୍ତରଖାନା,ଅନାଥଆଶ୍ରମ ଏବଂ ଵୃଦ୍ଧାଶ୍ରମକୁ ଯାଇ ରୋଗୀ ଏବଂ ଅସହାୟ ମାନଙ୍କୁ ଫଳ ବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ସିଟି ହସ୍ପିଟାଲ ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ସୂଚନା ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଠାରେ ମାତ୍ର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପଦାର୍ଥରେ ବ୍ୟବହାର ବର୍ଜନ କରି ପ୍ଲାଷ୍ଟିକ ମୁକ୍ତ ପରିବେଶର ଗଠନ ପାଇଁ ଏବଂ ଦେଖାଦେଇଥିବା ଜଳ ସଙ୍କଟ ତଥା ଭବିଷ୍ୟତରେ ହେବାକୁ ଥିବା ଏହାର ଉତ୍କଟ ପରିଣାମକୁ ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଜଳର ବ୍ୟବହାର ଏବଂ ସର୍ବସାଧାରଣରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଇବାକୁ ବରିଷ୍ଠ ନେତା ଖାରବେଳ ସ୍ୱାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଶପଥ କରାଇଥିଲେ । ଅପରାହ୍ନରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ୩୫ ଟି ମଣ୍ଡଳକୁ ନେଇ ଏକ ସାଙ୍ଗଠନିକ ନିର୍ବାଚନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଦସ୍ୟତା ସହ ପ୍ରଭାରୀ ଶାରଦା ପ୍ରସାଦ ଶତପଥୀ ଏବଂ ଗଞ୍ଜାମ ଜିଲ୍ଲାର ନିର୍ବାଚନ ସହ ପ୍ରଭାରୀ ପ୍ରତାପ ମିଶ୍ର ଯୋଗ ଦେଇ ସାଙ୍ଗଠନିକ ନିର୍ବାଚନ ଉପରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପ୍ରଥମେ ବୁଥ ସଭାପତିଙ୍କ ଠାରୁ ଆରମ୍ଭ ହୋଇ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଏବଂ କେନ୍ଦ୍ରୀୟ ସଭାପତି ପର୍ଯ୍ୟନ୍ତ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହେବ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଦାଧିକାରୀ ଗୋପୀନାଥ ପଣ୍ଡା, ରବୀନ୍ଦ୍ର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ଶରତ ସାହୁ, ଅମୁଲ୍ୟ ଚୋୖଧୁରୀ, ଅନିଲ କୁମାର ସାହୁ, ପ୍ରବୀର ପାତ୍ର, ମଦନ ମୋହନ ପାତ୍ର, ଗଙ୍ଗାଧର ଶତପଥୀ, ନମିତାରାଣୀ ପଣ୍ଡା, ପ୍ରଦୀପ ମିଶ୍ର, ବନଜା ପଣ୍ଡା, ଏସ.ରାଣୀ, ପ୍ରଦୀପ ଶତପଥୀ, ଡି.କରୁଣାକର, ପ୍ରଶାନ୍ତ ନାୟକ, ତ୍ରିନାଥ ମହାପାତ୍ର, ଏସ.ଶ୍ରୀନିବାସ ରାଓ, ମଧୁସୂଦନ ସାହୁ, ସୁମନ ଶତପଥୀ, ବିଜୟ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ବୋଲି ବିଜେପି ସଭାପତି କାହ୍ନୁ ଚରଣ ପତି ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା