

ଗଞ୍ଜାମ (ସମୃଦ୍ଧ ଓଡିଶା) ଗତକାଲି ଗଞ୍ଜାମ ବିଜେପି ପକ୍ଷରୁ ଆମ ବିଜେପି ଆମ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହର ସ୍ଥିତ ଚୈଧୁରୀ ସାହି ସ୍ଥିତ ୧୫ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟଙ୍କ ବାସ ଭବନରେ ହୁମା ମଣ୍ଡଳ ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିର୍ତ୍ତନ ଦାଶଙ୍କ ସଭାପତ୍ତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ସଂଗଠନ କିପରି ମଜବୁତ୍ ହୋଇପାରିବ ସେ ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟ ବିଜେପିର ନିର୍ଦ୍ଦେଶ କ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଉଜ୍ଜଳା ଯୋଜନାରେ ଉପକୃତ ହୋଇଥିବା ହିତାଧୀକାରୀମାନଙ୍କ ଗୃହକୁ ଯାଇ ଦୀପଦାନ ସହ ଆମ ବିଜେପି ଆମ ପରିବାର ଷ୍ଟିକରିଂ କରାଯାଇଥିଲା । ୧୫ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରଶ୍ମୀରାଣି ମହାପାତ୍ର, ପଂଚାୟତ ସ୍ତରୀୟ ସଭାପତି ସୁରେନ୍ଦ୍ର ସାହୁ, ସୁବଳୟା ପଞ୍ଚାୟତ ସଭାପତି ସୁନାରାମ ନାୟକ, ରାମଗଡ ପଞ୍ଚାୟତ ସଭାପତି ଅଜୟ ପ୍ରଧାନ, ଜେଆରଜିପୁର ପଞ୍ଚାୟତ ସଭାପତି ମିହିର ନାୟକ, ସାନ ରାମଚନ୍ଦ୍ର ପୁର ପଞ୍ଚାୟତ ସଭାପତି ବିଳାସ ନାହାକ, ପାଳିବନ୍ଧ ପଞ୍ଚାୟତ ସମିତି ସଭାପତି ନିରାକାର ଜେନା, କାଇଁଚପୁର ପଞ୍ଚାୟତ ସଭାପତି ଶରତ ମହାପାତ୍ର, ହୁମା ମଣ୍ଡଳ ସଭାପତି ପ୍ରସନ୍ନ ନାହାକ, କାଇଁଚପୁର କମିଟି ସଭାପତି ରତ୍ନାକର ମାଳୀ ପ୍ରମୁଖଙ୍କ ସମେତ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



