


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ ସ୍ଥାନୀୟ ଗଞ୍ଜାମ ମୁସଲିମ କଲଚୁରାଲ ଏସୋସିଏସନ, ଖାଜା ସାହି, ବ୍ରହ୍ମପୁର ତରଫରୁ ଦେଶର ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅତିଥି କର୍ପୋରେଟର ୱାର୍ଡ ନମ୍ବର ୧୭ର ଶ୍ରୀମତୀ ବିଶୋଇ, ମୁରଲି ମୋହନ, ଭିଷ୍ମଚାର୍ଯ୍ୟ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗାଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଚନ୍ଦ୍ର ଶେଖର ସାହୁ ପତାକା ଉତ୍ତୋଳନ କରି ନିଜର ଭାଷଣରେ ଦେଶକୁ ସ୍ୱାଧୀନ କରିବା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଗଣଙ୍କୁ ସ୍ମରଣ କରିବା ସହ ଅନେକତାରେ ଆମେ କିପରି ଏକତାରେ ପରିଗଣିତ ହେଉଛୁ ଏହା ବିଶ୍ୱ ପାଇଁ ଏକ ବହୁତ ବଡ ଉଦାହରଣ । ଏଣୁ ଆମେ ସବୁବେଳେ ମିଳି ମିଶି ଶାନ୍ତି ଶୃଙ୍ଖଳା ସହ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ଏବଂ ଦେଶକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଗଣିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ପୂର୍ବରୁ ଆୟୋଜିତ ହୋଇଥିବା ପ୍ରତିଯୋଗୀତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସାର୍ଟିଫିକେଟ, ମେଡଲ ଓ ମିଠା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସଂଘର ସଭାପତି ଡା. ସୟଦ ଇସମାଇଲ, ସମ୍ପାଦକ ରହିମ ଖାନ, ଉପ ସମ୍ପାଦକ ମହମ୍ମଦ ଫୌଜ ଖାନ, କାର୍ଯ୍ୟକରି ସମ୍ପାଦକ ମହମ୍ମଦ ସମୀର, ଅବଦୁଲ ସତାର (ଇଦରିସ), ଇଲିୟାମ ଅହମଦ ଖାନ, ମହମ୍ମଦ ଜୀୟାନ, ମହମ୍ମଦ ଅସଲମ, ଏମ.ଏସ.ସାଦମାନି ତଥା ଅନ୍ୟ କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ । ସଭା ଶେଷରେ ସଂଘର ସମ୍ପାଦକ ରହିମ ଖାନ ଅତିଥି ଗଣ ତଥା ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

