ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସହରର ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକ ମାର୍ଗ ଯଥା ସାନବଜାର ଠାରୁ କଲେଜ ଦେଇ ମଶାଣି ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୂଲାଙ୍ଗେ,ଗଞ୍ଜାମ ପୋଲିସ ଏସ.ପି ବ୍ରିଜେଶ କୁମାର ରାୟ, ଗଞ୍ଜାମ କଲେଜର ଅଧ୍ୟକ୍ଷ ରଙ୍ଗନାଥ କାନୁନଗୋ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଭରସା, ସକ୍ଷମ, ଗ୍ରାସୀମ, ଅପୂର୍ବ ୟୁଥ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଗଞ୍ଜାମ କଲେଜର ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା । ଭରସାର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀଶଙ୍କର ପାଢ଼ୀ, ଗ୍ରାସୀମର ସି.ଏସ.ଆର ଅଧିକାରୀ ସୁଶାନ୍ତ ଦାଶ, ସକ୍ଷମର ଉପଦେଷ୍ଟା ସନ୍ତୋଷ ରେଡି, ସଭାପତି ବସନ୍ତ ସାହୁ, ସଦସ୍ୟ କୁଞ୍ଜବିହାରୀ ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଯୁବସମାଜ ସେବୀ ମନୁମହାପାତ୍ର, ରାଜନୀରେଡି, ଦୁର୍ଗା ଦେବୀ ଆଇ.ଟି.ଆଇ ର ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ପଣ୍ଡା, ଶିକ୍ଷାବିତ ଭିକାରି ବେହେରା, ରମେଶ ପଟ୍ଟନାୟକ, ଅଧ୍ଯାପକ ଆମର କୁମାରବିଶୋଇ, ଗିରିଷ କୁମାର ଆଚାର୍ଯ୍ୟ, ଦୁର୍ଗା ପ୍ରସାଦ ଦାସ, ଗଂଜାମ ପ୍ରେସ କ୍ଳବ ର ଉପସଭାପତି ବିନୋଦ ଚନ୍ଦ୍ର ପଲାଇ, ଅପୂର୍ବା ର ପ୍ରଭାତ ସାହୁ, ପରିବେଶବିତ ବିଶ୍ୱନାଥ ସାମ ନ୍ତରା, ବିଜୁଯୁବବାହିନୀର ମୂରଲୀ ରେଡି, ଗଣେଶ ମହାରଣା, ଉମାଶଙ୍କର ଦାଶ,ଗ୍ରାସୀମର କାଶୀନାଥ ନାହାକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାନବଜାର ଛକ ଠାରୁ ଗଂଜାମ କଲେଜ ଦେଇ ମଶାଣି ପର୍ଯ୍ୟନ୍ତ ନିମ, ଜାମକୋଳି, ଗୁଆ, କରଞ୍ଜ ଗଛ ଲଗାଯାଇଥିଲା । ଗତ ଜୁଲାଇ ମାସ ୩୧ ତାରିଖରେ ଗଞ୍ଜାମ ସହରର ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ବେଳେ ସରସ୍ବତୀ ଶିଶୁ ମନ୍ଦିର ଠାରେ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ବି.ଡି.ଓ ଗଛ ଲଗାଇଥିଲେ । ଏହା ମଧ୍ୟରେ କରଣ ସାହି ଠାରୁ ଷ୍ଟେସନ ପର୍ଯ୍ୟନ୍ତ, ଜୟଶ୍ରୀ ସ୍କୁଲ ନିକଟ ନାକୀ ବନ୍ଧ ଠାରୁ ଋଷୁକୁଲ୍ୟା ବ୍ରିଜ ପର୍ଯ୍ୟନ୍ତ ନୂଆ ରାସ୍ତା , ବିଭିନ୍ନ ବିଦ୍ୟାଳୟ, ମନ୍ଦିରରେ ମଧ୍ୟ ବୃକ୍ଷରୋପଣ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମରେ ଗଞ୍ଜାମ ମହାବିଦ୍ୟାଳୟର ଏନ.ସି. ସି ଟିମ, ମହିଳା ସଙ୍ଘ, ବରିଷ୍ଠ ନାଗରିକ ସଂଘ, ଵ୍ୟଵସାୟୀ ସଙ୍ଘ, ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା