
ଭଞ୍ଜନଗର (ସମୃଦ୍ଧ ଓଡିଶା) ବର୍ତ୍ତମାନ ପରିସ୍ଥିତିରେ ଅବାଧ ଗଛ କଟାକୁ ରୋକିବାରେ ଅସମର୍ଥ ବନ ବିଭାଗ । ଯେଉଁ ଭଳି ଭାବରେ ଗଛ କଟା ଯାଉଅଛି ମନେ ହେଉଛି କିଛି ଦିନ ପରେ ସାରା ବିଶ୍ୱ ଗୋଟିଏ ବିରାଟ ପାହାଡ ଭଳି ବିପଦ ସାମ୍ନା କରିବାକୁ ଯାଉଛି । ତାହାକୁ ରୋକିବାକୁ ହେଲେ ଗଛ ଲଗେଇବା ନିହାତି ଆବଶ୍ୟକ । ବୃକ୍ଷ ରୋପଣକୁ ଆଖି ଆଗରେ ରଖି ଆଗକୁ ଆଗେଇ ଆସିଛି ହେଲ୍ପ ଇଣ୍ଡିଆ ଗ୍ରୁପ । ଗଞ୍ଜାମ ଗ୍ରୁପ ଦାୟିତ୍ୱ ରେ ଥିବା ହେଲ୍ପ ଇଣ୍ଡିଆ ମେମ୍ବର ଶିବ ଶଙ୍କର ପ୍ରଧାନଙ୍କ ସହଯୋଗରେ ମୁଜାଗଡ଼ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଅଛି । ଏହି ମହତ କାର୍ଯ୍ୟରେ ସାଇ ପାତ୍ର, ଅଜୟ ନାୟକ, ସରୋଜ ବିଷୋୟୀ, ବଳରାମ ସାହୁ, ପ୍ରମୁଖ ଉପସ୍ଥିତ ସହଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା