

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ୫ ଟି ରାଜ୍ୟରେ ବିଧାନସଭା ଭୋଟ ଗଣତି ହୋଇଥିଲା । ସେଥିରେ କଂଗ୍ରେସର ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିପୁଳ ବିଜୟ ନେଇ ଦେଶର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଉଥିବା ବେଳେ ଏହାର ଖୁସିରେ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଉତ୍ସାହିତ ହୋଇ ବାଣ ଫୁଟାଇ ସ୍ୱାଗତ କରିଛନ୍ତି । ଏହି କାର୍ଯ୍ୟକ୍ରମ ପୀତବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏଥିରେ ଡ଼ିସିସି ସଭାପତି ପୂର୍ବତନ ବିଧାୟକ ଡ. ତ୍ରିନାଥ ବେହେରାଙ୍କ ସମେତ ପୀତବାସ ପଣ୍ଡା, ଦୀପକ ପଟ୍ଟନାୟକ, ସାକା ସୁଜିତ, ବିଜୟ କୁମାର ସାହୁ, ସନ୍ତୋଷ ନାୟକ, ଲଲାତେନ୍ଦୁ ପାଢ଼ୀ, ଦତାତ୍ରେୟ ବେହେରା, ବିଶ୍ୱଜିତ ପାତ୍ର, ଶିବ ପାତ୍ର, ପ୍ରମୋଦ ଜେନା, ଭାଲୁ ପାଣିଗ୍ରାହୀ, ସ୍ୱରୂପା ତ୍ରିପାଠୀ, କାମରାଜୁ ରେଡ୍ଡୀ, ଧରମା ରାଜୁ ରେଡ୍ଡୀ ଆଦି ବହୁ କର୍ମୀ ଅଂଶ ଗ୍ରହଣ କରି ବିଜୟର ମାହୋଲ ସୃଷ୍ଟି କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା





