ଗଞ୍ଜାମର ୧୫୧ ହାଇସ୍କୁଲ ହେବ ରୂପାନ୍ତରୀକରଣ : ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ୫-ଟି ସଚିବଙ୍କ ନିର୍ଦେଶ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମର ଆଉ ୧୫୧ ହାଇସ୍କୁଲ ହେବ ରୂପାନ୍ତରୀକରଣ : ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ୫-ଟି ସଚିବଙ୍କ ନିର୍ଦେଶ I ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୩୩ଟି ହାଇସ୍କୁଲର ରୂପାନ୍ତରିକରଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୩୩ଟି ହାଇସ୍କୁଲ ଏବଂ ତୃତୀୟ ପର୍ଯ୍ୟାୟରେ ୧୦୭ଟି ହାଇସ୍କୁଲକୁ ରୂପାନ୍ତରିକରଣ କରାଯାଇଥିଲା । ଏପରିକି ଓଡିଶାରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ୫ଟି ଆଧାରରେ ହାଇସ୍କୁଲ ରୁପାରିନ୍ତରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ। ରାଜ୍ୟର ବିଧାୟକମାନଙ୍କୁ ଏଠାକୁ ନିମନ୍ତ୍ରଣ କରି ରୂପାନ୍ତରିତ ହାଇସ୍କୁଲଗୁଡିକୁ ପରିଦର୍ଶନ କରାଯାଇଥିଲା। ପରେ ଅନ୍ୟ ଜିଲ୍ଲାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ସଚିବଙ୍କ ଭିସିରେ ହୋଇଥିବା ବୈଠକରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ନାନ ହଲରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତୀଭାସନ, ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି, ଶିକ୍ଷୟିତ୍ରୀ, ଶିକ୍ଷକ, ଛାତ୍ରୀଛାତ୍ର ଯୋଡି ହୋଇଥିଲେ। ଏଥିସହ ଜିଲ୍ଲାର ସମସ୍ତ ବ୍ଲକରେ ମଧ୍ୟ ବିଡ଼ିଓ, ଶିକ୍ଷା ଅଧିକାରୀ, ଯନ୍ତ୍ରୀ ଏବଂ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆଉ ୧୫୧ଟି ହାଇସ୍କୁଲ ୫–ଟି ଆଧାରରେ ରୂପାନ୍ତରିତ କରାଯିବ। ମଙ୍ଗଳବାର ୫ଟି ସଚିବ ଭି.କେ. ପାଣ୍ଡିଆନ ଭିସି ଜରିଆରେ ଏ ସମ୍ପର୍କରେ ଏକ ବୈଠକ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ରୁପାରନ୍ତିତ କାର୍ଯ୍ୟ ଶେଷ କରିବାକୁ ସେ ଉକ୍ତ ବୈଠକରେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ ୫ ଟି ସଚିବ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା