ଗଞ୍ଜାମରେ ଘରଚଟିଆ ସଂରକ୍ଷଣ ନେଇ ମହିଳା ଗୋଷ୍ଟିଙ୍କୁ ସଚେତନତା:ପରିବେଶକୁ ସୁରକ୍ଷା ଓ ସନ୍ତୁଳନ କରିବାରେ ଘରଚଟିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳି ଜଗନ୍ନାଥପୁର ଗ୍ରାମ ବାତ୍ୟା ଆଶ୍ରୟ ସ୍ଥଳି ଠାରେ ମହିଳା ଗୋଷ୍ଟିଙ୍କୁ ନେଇ ବ୍ଲକ ସ୍ତରୀୟ ଘରଚଟିଆ ସଂରକ୍ଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ଭରସା” ଅନୁଷ୍ଠାନ, ବ୍ରହ୍ମପୁର ବନଖଣ୍ଡ ଓ ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଦ) ମିଳିତ ସହଯୋଗରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ସରପଞ୍ଚ ଜି. ସନ୍ତୋଷ ରେଡ୍ଡୀ (ଶ୍ୟାମ) ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ (ଡି.ଏଫ.ଓ) ଆଶିଷ କୁମାର ବେହେରା ଯୋଗଦେଇ ଘରଚଟିଆ ପରିବେଶ ସୁରକ୍ଷା ଓ ସନ୍ତୁଳନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେ ଜମିରେ ଫସଲ ଲାଗିବା ସମୟ ପୋକ, ନୋଳ ଖାଇବାରୁ ଆମର ଫସଲ ଭଲ ହେବା ସହ ଲକ୍ଷ୍ମୀ ଆମ ଘରକୁ ଆସିଛନ୍ତି । ସେଥିପାଇଁ ଆମ ଘରର ଲକ୍ଷ୍ମୀ ସେ । ଏହାର ସଂରକ୍ଷଣ, ସୁରକ୍ଷା ପ୍ରତ୍ୟେକ ମାନବର କର୍ତ୍ତବ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ରୂପେ ଇକୋକୁ ଜର ଜିଲ୍ଲା ସଂଯୋଜିତ ଡ଼ଃ. ଶଙ୍କର ନାରାୟଣ ବେଜ, ସମ୍ମାନିତ ଅତିଥି ରୂପେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ବିଜୟ କୁମାର ବିଶ୍ୱାଳ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ଗଞ୍ଜାମ ବ୍ଲକ ଜୀବିକା ମିଶନ ସଂଯୋଜକ କବିନ୍ଦ୍ର ଜେନା, ପୂଜା ଫାଉଣ୍ଡସେନର ସଭାପତି ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଗଞ୍ଜାମ ଥାନାର ସେକେଣ୍ଡ ଅଫିସର ହୃଷିକେଶ ପଣ୍ଡା, ଦୁର୍ଗା ଦେବୀ ଆଇ.ଟି.ଆଇ ର ସଭାପତି ପ୍ରମୋଦ କୁମାର ପଣ୍ଡା, ବ୍ରହ୍ମପୁର ସବୁଜ ବାହିନୀ ସଂପାଦକ ଏମ. ଦିଲ୍ଲୀପ କୁମାର ପ୍ରମୁଖ ଯୋଗଦେଇ ବିଲୁପ୍ତ ହେବାକୁ ବସିଥିବା ଘରଚଟିଆ ସଂରକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ, କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ “ଭରସା” ର ସଂପାଦକ ଦୁର୍ଗାମାଧବ ପାଣିଗ୍ରାହୀ । ଅତିଥି ପରିଚୟ ଗଞ୍ଜାମ ପ୍ରେସ କ୍ଲବର ସଭାପତି ବିନୋଦ କୁମାର ପଲାଇ ପ୍ରଦାନ କରିଥିବା ବେଳେ ଆଇ.ଟି.ଆଇ ର ଅଧ୍ୟକ୍ଷ ଧର୍ମରାଜି ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସାମ୍ବାଦିକ ସୁଜିତ କୁମାର ବେହେରାଙ୍କୁ ଉପଢ଼ୋକ ଦେଇ ଅତିଥି ବୃନ୍ଦ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବେଗୁନିଆପଡା, ଖଲ୍ଲିକୋଟ କୋମଣ୍ଡ, ଖଟିଆ କୁଦା, ଭୂତସରସିଙ୍ଗି ପ୍ରମୁଖ ଅଞ୍ଚଳରେ ଘରଚଟିଆ ସଂରକ୍ଷଣ ପାଇଁ କୃତିମ ଘର ଚଟିଆ ବସା,ଓ ତାର ଖାଦ୍ୟ ଥଳିକୁ ବଣ୍ଟନ କରାଯାଇଥିଲା । ପରେ ମାଳି ଜଗନ୍ନାଥ ପୁର ଗ୍ରାମରେ ଘରଚଟିଆ ବସା ଓ ଥାଳିକୁ ଅତିଥିମାନେ ଘର ଆଗରେ ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ୫ ଶହରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ । ଏଥିରେ ଏ. ମୁରଲି ରେଡ୍ଡୀ, ହରି ରେଡ୍ଡୀ, ଅଭେୟ ସ୍ୱାଇଁ, ଏସ. ରାଜୁ ରେଡ୍ଡୀ, ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ଶେଷରେ ବାତ୍ୟା ଆଶ୍ରୟ ସ୍ଥଳି କମିଟି ସମ୍ପାଦକ ବି. ବନମାଳୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଏହି ମିଳିତ ଅନୁକୁଲ୍ୟରେ ଗଞ୍ଜାମଜିଲ୍ଲାର ୧୭୦ ଟି କୃତିଘର ୩୪ଟି ଖାଦ୍ୟ ସ୍ଥଳୀ ଲଗାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା