ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ଯେ ଗଂଜାମ ଜିଲ୍ଲାରେ ତିତିଲି କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ରିଲିଫ ସହାୟତା ପ୍ରଦାନ କାର୍ଯ୍ୟ ଆରମ୍ଭ କରାଯାଇଛି । ପୁରୁଷୋତମପୁର ବ୍ଳକର ବାଲିଆ ଗ୍ରାମପଞ୍ଚାୟତର ୨୦ଟି ପରିବାରଙ୍କୁ ୫୪,୩୯୦ଟଙ୍କା ସହାୟତା ବାବଦରେ ଦିଆଯାଇଛି ।ବାଲିଆ ଗ୍ରାମର ଅନ୍ୟ ୪୭୦କ୍ଷତିଗ୍ରସ୍ତ ପରିବାରକକୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ଅନଲାଇନ ଅର୍ଥ ପ୍ରଦାନ ବ୍ୟବସ୍ତା ହୋଇଛି । ପୁରୋଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୪ଗୋଟି ପରିବାରକୁ ୫୧,୮୭୦ଟଙ୍କା ସହାୟତା ରାଶି ଦିଆଯାଇଛି । ଅନ୍ୟ ୯୫ଟି ପରିବାରକୁ ଚିହ୍ନଟ କରାଯାଇ ଅନଲାଇନ ଅର୍ଥ ପ୍ରଦାନ ବ୍ୟବସ୍ଥା ହୋଇଛି । ଛତ୍ରପୁର ବ୍ଲକର ବଡ଼ମାଧପୁର ଗ୍ରାମପଂଚାୟତର ଗୋବା ଏବଂ ପଟଲାମପୁର ଗ୍ରାମପଂଚାୟତର ସରଭୀମପୁର ଗ୍ରାମରେ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇଛି । ଆସନ୍ତାକାଲି ସେମାନଙ୍କର ବ୍ୟାଙ୍କ ଖଟରେ ଅର୍ଥ ଜମା କରାଯିବା ବୋଲି ପ୍ରଧାନ ଜଣେଇଛନ୍ତି । ହିଞ୍ଜିଳି ମ୍ୟୁନିସିପାଲିଟିର ୫୧ଗୋଟି ପରିବାରର ୨୨୭ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ୧,୮୫,୧୭୫ଟଙ୍କା ସେମାନଙ୍କ ବ୍ୟାଙ୍କ ଖଟକୁ ଆଜି ପଠାଇଦିଆଯାଇଛି ।ରାଜ୍ୟସରକାରଙ୍କ ଘୋଷଣା ଅନୁଯାଇ ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରର ବୟସ୍କ ବ୍ୟକ୍ତିଙ୍କୁ ୬୦ଟଙ୍କା ହିସାବରେ ୧୫ଦିନର ରିଲିଫ ଅର୍ଥ ବାବଦ ୯୦୦ଟଙ୍କା ଏବଂ ୧୨ବର୍ଷର କମ ବୟସର ପିଲାଙ୍କୁ ଦିନକୁ ୪୫ଟଙ୍କା ହିସାବରେ ୧୫ଦିନର ରିଲିଫ ଅର୍ଥ ବାବଦ ୬୭୫ଟଙ୍କା ପ୍ରଦାନ କରାଯାଇଛି । ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ପୁରୁଷୋତମପୁରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଆଇ.ଏ.ଏସ ପ୍ରୋବେସନର ପି.ଅନ୍ଵେଷା ରେଡ୍ଡୀ, ଛତ୍ରପୁର ଉପଜିଲ୍ଲାପାଳ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଶାସକ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଧାନ ଜଣାଇଛନ୍ତି ।