

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଶ୍ୟାମl ଦଣ୍ଡ କାଳୀ ମନ୍ଦିର, ବ୍ରଜ ନଗର ପରିସରରେ ରାଜ୍ୟ କଳାକାର ସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ “ଗଞ୍ଜାମ୍ ଜିଲ୍ଲା କଳାକାର ଏକତା ମଞ୍ଚ” ତରଫରୁ ଜିଲ୍ଲାର ସବୁ ବର୍ଗର କଳାକାର ସଂଘ, ଜିମ୍, ପାର୍ଲର୍ ସଂଘ, ନବନିର୍ମାଣ କୃଷକ ସଂଗଠନ ଆଦି ସଂଗଠନ ମାନଙ୍କ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଅଗଷ୍ଟ ୯ ତାରିଖ ଦିନ ରାଜ୍ୟର ସବୁ ଜିଲାର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଷ୍ୟରେ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ କଳାକାର ସଂଗଠନ ମାନଙ୍କ ଦ୍ଵାରା ଗାଣତାନ୍ତ୍ରିକ ଦାବି ପତ୍ର ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ l ଏ ଅବସରରେ ଜିଲ୍ଲାର କଳାକାର ସଂଗଠନ ଗୁଡିକ ତରଫରୁ ଗଞ୍ଜାମ୍ ଜିଲ୍ଲାରେ ମଧ୍ୟ ଆନ୍ଦୋଳନ କରାଯିବାକୁ ସ୍ଥିର କରାଯାଇଛି l ଗଞ୍ଜାମ୍ ଜିଲ୍ଲା କଳାକାର ଏକତା ମଞ୍ଚ ତରଫରୁ ନାଟ୍ୟ ନିର୍ଦେଶକ କୃଷ୍ଣ ପଣ୍ଡା ଓ ନାଟ୍ୟ ନିର୍ଦେଶକ ଟୁଟୁ ପାଢୀଙ୍କ ଡାକରାରେ ଗଞ୍ଜାମ୍ ଜିଲ୍ଲା କଳାକାର ମହାସଂଘ, ଦଣ୍ଡ ନାଚ ମହାସଂଘ, ଜଗାବଳିଆ କଲ୍ଚରାଲ୍ ଏକାଡେମୀ, ସାସ୍ୱତୀ, ପୁଷ୍ପାଞ୍ଜଳି ନାଟ୍ୟ ସଂସ୍ଥା, ପଲ୍ଲବୀ ନାଟ୍ୟ ସଂସ୍ଥା, ଚନ୍ଦ୍ର ଶେଖର ସାଂସ୍କୃତିକ ସଂସଦ ଜାଲ, ମlରଦl କଳାକାର ସଂଘ, ଜିଲ୍ଲା ଯୋଡି ଶଂଖ ସଂଘ, ସେଲୁନ୍ ଓ ପାର୍ଲର୍ ସଂଘ, ଜିମ୍, ଜିଲାର ସଙ୍ଗୀତ ନିର୍ଦେଶକ ସଂଘ, ବ୍ୟାଣ୍ଡ ପାର୍ଟି ମାଲିକ ସଂଘ, ସବ୍ଦା ଲୋକୋ ଚିତ୍ରlଲୟ କାରିଗର ସଂଘ, ମାଲିକ ସଂଘ ଓ ନବନିର୍ମାଣ କୃଷକ ସଂଗଠନ ଆଦିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମର୍ଥନ ଦେଇଥିଲେ l ସର୍ବଶ୍ରୀ ଅନିଲ ପlତ୍ର, ଶିବରାମ ପlତ, ନାଟ୍ୟ ପ୍ରଦୀପ ମଦନ ମିଶ୍ର, ରମେଶ ମହାରଣା, ମlନସ ପ୍ରଧାନ, ଦେବେନ୍ଦ୍ର ଶର୍ମl, ବିଜୟ ବେହେରା,ପବିତ୍ର, ଶିବ ରାମ ସେଠି, ଅନୁରାଧା ସାହୁ, ରଜନୀ, ପ୍ରତିମା, ସୁଶାନ୍ତ ପଟ୍ଟନାୟକ, ମିଲୁ, ନରସିଂହ ରଣl, ବିଟୁ, ସରୋଜ ଦାସଙ୍କ ସହ ବହୁ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ସମର୍ଥନ ଜ୍ଞାପନ କରିଥିଲେ l ନବନିର୍ମାଣ କୃଷକ ମୋର୍ଚା ଜିଲ୍ଲା ପ୍ରମୂଖ ଉମାକାନ୍ତ ଭାରତ, ରାଜ୍ୟ ନବନିର୍ମାଣ ଚାତ୍ର ସଂଗଠନ ପ୍ରମୂଖ ଏମଡି ମନୁଆର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ l ଆଗାମୀ ୯ତାରିଖର ଗାଣତାନ୍ତ୍ରିକ ଆନ୍ଦୋଳନକୁ ସଫଳ କରିବା ଦିଗରେ ନିଷ୍ପତ୍ତି ନିଆଯାଇଥିଲା l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

