

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଗଛ କାଟିଛନ୍ତି । ମୋହନା ଥାନା ଅନ୍ତର୍ଗତ କୁଟିମେରା ଗ୍ରାମ ନିକଟସ୍ଥ ୬୮ ଏକର ଜଙ୍ଗଲ ଜମିରେ ହୋଇଥିବା ଏକ ଲକ୍ଷ ୩୬ ହଜାର ବେଆଇନ ଗଞ୍ଜେଇ ଚାଷକୁ କାଟିବା ପରେ ନିଆଁରେ ପୋଡ଼ି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ଗୁଡାଏ ଟଙ୍କା ହେବ । ଏହି ଗଞ୍ଜେଇ ନଷ୍ଟ ଅଭିଯାନରେ ମୋହନା ଏସ୍ଡିପିଓ ଅଶୋକ କୁମାର ମହାନ୍ତି, ମୋହନା ଆଇଆଇସି ସୁଜିତ୍ କୁମାର ନାୟକ ଓ ମାଜିଷ୍ଟ୍ରେଟ ଦାୟୀତ୍ବରେ ଥିବା ତହସିଲଦାର ଓ ଅବକାରୀ ଇନ୍ସପେକ୍ଟର ପଦ୍ମ ଚରଣ ସାହୁଙ୍କ ସମେତ ଥାନା କର୍ମଚାରୀ, ଅବକାରୀ ଓ ବନ କର୍ମଚାରୀ ପ୍ରମୁଖ ସାମିଲ ଥିଲେ । ପ୍ରତେକ ବର୍ଷ ଏହିଭଳି ମୋହନା ଓ ଅଡବା ଅଂଚଳରେ ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ କରି ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ବେଳେ ତଥାପି ଆଦିବାସୀ ଦୁର୍ଗମ ଅଞ୍ଚଳରେ ଏହିଭଳି ବେଆଇନ ଗଞ୍ଜେଇ ଚାଷକୁ ଅଞ୍ଚଳବାସୀ ଆପଣାଉଛନ୍ତି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏ ନେଇ ଥାନାରେ ୨୨୬/୧୯ ମାମଲା ରୁଜ୍ଜୁ ହୋଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା