ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ପୂଜା ମାହୋଲରେ ମହାଲକ୍ଷ୍ମୀଙ୍କର ଆବାହନୀ ପାଇଁ ଗାଁ ଠାରୁ ଢେଙ୍କାନାଳ ସହର ମୁଖରିତ ହୋଇ ଉଠିଥିବା ବେଳେ ଗଡ଼ଖଙ୍କିରା ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶିଶୁ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଚିତ୍ରାଙ୍କନ, ନୃତ୍ୟ, ବକୃତା, ସଂଗୀତ ଓ ମହାନଗୀତା ପାଠ ଇତ୍ୟାଦିର କାର୍ଯ୍ୟକ୍ରମ ମାହୋଲ ମଧ୍ୟରେ ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଚେଷ୍ଟିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉତ୍ସବରରେ ସନ୍ଧ୍ୟାକାଳୀନ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲର ନିର୍ଦ୍ଦେଶକ ଡ଼.ପ୍ରିୟବ୍ରତ ଧୀର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ହେମନ୍ତ କୁମାର ବ୍ରହ୍ମ ଓ ସରପଞ୍ଚ ଶ୍ରୀବାସ୍ତ ସେଠି, ମୁଖ୍ୟବକ୍ତା ଭାବେ ବୀର କିଶୋର ପାତ୍ର ଓ ନରହରି ସାହୁ, ସଭାପତି ମାଧବ ଚନ୍ଦ୍ର ଦାସ ଯୋଗଦାନ କରି ମୁଖ୍ୟ ଆକର୍ଷଣୀୟ ଟଙ୍କଧର ଦାଶଙ୍କ ନେତୃତ୍ୱ କ୍ରମେ ପୁଷ୍ପ ଗୁଚ୍ଛ ପ୍ରଦାନ, କୋରସ (ସମୂହ) ଗାନ, ବକ୍ତବ୍ୟ ତଥା କୁନି କୁନି ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏଥି ସହିତ ଟଙ୍କଧର ଦାସଙ୍କ ଉଦ୍ୟମକୁ ଗ୍ରାମବାସୀଙ୍କ ତରଫରୁ ସ୍ୱାଗତ ସମର୍ଥନ କରାଯାଇଥିଲା । ଶେଷରେ ଦିବ୍ୟ ଶ୍ରୀ କଳାକୁଞ୍ଜ ତରଫରୁ ନାଟକ ”ଆଜିର ବନ୍ଧନ କଳା ଚନ୍ଦନ” ପରିବେଷିତ କରାଯାଇଥିଲା । ଏଥିରେ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି