ଗଡସାହି ପ୍ରାଇମେରୀ ସ୍କୁଲରେ ରକ୍ତଦାନ ଶିବିର : ୩୩ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଆଦିବାସୀ ଅଧ୍ୟୁସୀତ ରାଇବଣିଆ ଥାନା ଅନ୍ତର୍ଗତ ଗଡସାହି ଗ୍ରାମ୍ୟ କମିଟି ପକ୍ଷରୁ ଏକ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ ମୁଖ୍ୟ ନିତାଇପଦ ଦାସ ମହାପାତ୍ର ଉଦ୍‌ଘାଟନ କରିଥିଲେ । ସରପଞ୍ଚ ସତ୍ୟଶୋଭନ ମିଶ୍ର, ସ୍ୱାସ୍ଥ୍ୟ ବିଭାଗର ସୁପର ଭାଇଜର ବେଣୁଧର ସାସମଲ, ରହିମ ରଞ୍ଜନ ଦେ, ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ରକ୍ତଭଣ୍ଡାର ଡାକ୍ତର ମହେଶ ବିଶ୍ୱାଳ, ଜଳେଶ୍ୱର ରକ୍ତଦାତା ସଂଘର ସଭାପତି ଡ. ଅଜିତ୍ କୁମାର ମହାନ୍ତି, ମନୋରଞ୍ଜନ ଦାସ, ଅଙ୍ଗନୱାଡି କର୍ମୀ ମମତା ଦାସ ମହାପାତ୍ର, ଆଶାକର୍ମୀ ମିନତୀ ମହାନ୍ତି, ବ୍ଲକ ଅଂଗନୱାଡି ସଂଘ ସଭାପତି ଲକ୍ଷ୍ମୀପଅିୟା ଦାସ, ସୁଶାନ୍ତ ଦାସ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ମହାନ୍ତି, ଇଂ ରାମକୃଷ୍ଣ ଦାସ, ଡା. ଅଭିଶ୍ୱେତା ମହାନ୍ତି, ବଂଶିଧର ପ୍ରମାଣିକ, ଅତୁଲ ଚନ୍ଦ୍ର ଦାସ ମହାପାତ୍ର, ଗଜେନ୍ଦ୍ର ନାଥ ଦଳେଇ, ସୁକୁମାର ରଣା ପ୍ରମୁଖଙ୍କ ପରିଚାଳନାରେ ୩୩ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଅଧିକ ରକ୍ତ ସଂଗ୍ରହ କରିବାକୁ ଥିବା ବେଳେ କରୋନାର ସଂକ୍ରମଣତାକୁ ଆଧିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶରେ ମିନି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା