ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ବିଭିନ୍ନ ଗଣ ସଂଗଠନ ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଓ ଅସଦବ୍ୟବହାର ବିରୁଦ୍ଧରେ ଗଣପ୍ରତିବାଦକୁ ଦୃଢ଼ ନିନ୍ଦା କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଏହିଭଳି ଘଟଣା ନିୟମିତ ବ୍ୟବଧାନରେ ଘଟୁଥିବା ବେଳେ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଓ ଏହାର ପ୍ରତିନିଧିମାନେ ବର୍ତ୍ତମାନ ଅସୁରକ୍ଷୀତ । ତୁରନ୍ତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ତଥା କଡା ଆଇନ ପ୍ରଣୟନ କରିବା ପାଇଁ ଦାବି କରାଯାଇଛି । ଏହି ପ୍ରରିପେକ୍ଷୀରେ ଆଜି ବ୍ରହ୍ମପୁର ଗେଟ ବଜାର ସ୍ଥିତ ଏନ.ଜି.ଓ ହଲ ନିକଟରେ ଗଣବିକ୍ଷୋଭ ଓ ଗଣପ୍ରତିବାଦ କରାଯାଇଛି । ଏଥିରେ ଅବନୀ ଗୟା, ରାଜେନ୍ଦ୍ର କୁମାର ପଣ୍ଡା, ରାଜା ସୁରେଶ ପ୍ରମୁଖଙ୍କ ସହ ବହୁ ବ୍ୟକ୍ତି ସକ୍ରିୟ ସାମିଲ ହୋଇଛନ୍ତି । ଏହାସହ ମାନବ ଅଧିକାର ସୁରକ୍ଷା ମଞ୍ଚ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ, ସେବାନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଜନ ଜାଗରଣ ମଞ୍ଚ ଓ ମାନବବାଦୀ ହେତୁବାଦୀ ସଂଗଠନ ସାମିଲ ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା