ଗଣେଶ ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ରାୟଗଡା (ତୁଷାର ରଞ୍ଜନ ସାହୁ) : ରାୟଗଡା ସହରସ୍ଥିତ ବିଦରଓଲସା ସାହିରେ ଗତ ରବିବାର ଗଣେଶ ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଛନ୍ତି । ବୁଦରଓଲାସା ସାହିରେ ଗଣେଶ ବିସର୍ଜନ ସମୟରେ ଜଣେ ଅଟୋ ଚାଳକଙ୍କ ସହିତ କେତେଜଣ ସାହି ବାସିନ୍ଦା ଝଗଡା କରି ମାରପିଟ କରିଥିଲେ । ପରେ ଅଟୋ ଚାଳକଙ୍କ ସାହି ଲୋକେ ଆସି ହଠାତ ବଦରଓଲସାହି ପିଲାମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଏସ କେ ଶବୀର, ପି ଅଜୟ କୁମାର, ଜୟ କୁମାର, ଏସ କେ ସରିଫ, ଜେ ବାପୁଜୀ ଗୁରୁତର ହୋଇ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ଦେହରେ ୭ ଜଣକୁ ଅଟକ ରିଖିଛି । ଗୁରୁତରମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ସାଂଘାତିକ ଥିବାରୁ ବିଶାଖାପାଟଣା ସ୍ଥାନାନ୍ତରଣ କରାଯାଇଛି ।