ଗଣ୍ଡଳା ଗ୍ରାମରେ ବିଜେପିର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଳକ୍ ଅନ୍ତର୍ଗତ ଗଣ୍ଡଳା ଗ୍ରାମପଞ୍ଚାୟତ ଅଧିନସ୍ଥ ମା ବୁଢୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଗଣ୍ଡଳା ମଣ୍ଡଳ ସଭାପତି ନାରଣ ଦଳାଇଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଏକ ବନ୍ଧୁ ମିଳନ ଓ ଆଲୋଚନା ସଭା ଆୟୋଜିତ ହୋଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଘୁମୁଷର ଜିଲ୍ଲା ଉପସଭାପତି ମାଧବ ଗଉଡ଼ ଏବଂ ହିଞ୍ଜିଳିକାଟୁ ପୋୖର ପରିଷଦ ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ । ନିର୍ବାଚନ ମଣ୍ଡଳୀର ଆଠ ଗୋଟି ଗ୍ରାମ ପଞ୍ଚାୟତ କର୍ମକର୍ତ୍ତାଙ୍କୁ ନେଇ ଏହି ବୈଠକ ହୋଇଥିଲା । ନିଜ ନିଜ ପଞ୍ଚାୟତର ସମସ୍ୟା କର୍ମକର୍ତ୍ତା ମାନେ ଉପସ୍ଥାପନ କରିଥିଲେ । ଏବଂ ନିଜର ପରିଚୟ ପ୍ରଧାନ କରିଥିଲେ । ସଭା ଶେଷରେ ଭାରତର ତିରଙ୍ଗା ଉପରେ ରଚିତ ମହାନ ପୁରୁଷ ତ୍ରିଙ୍ଗାଲି ଭେଙ୍କିଆଙ୍କ ଜନ୍ମ ତିଥିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ପରିଷଦ ସଭ୍ୟା ୟୁ.ଭାରତୀ, କୃଷ୍ଣଚନ୍ଦ୍ର ସାହୁ,ଗଣ୍ଡଳା ସମିତି ସଭ୍ୟ ପ୍ରଶାନ୍ତ ସାହୁ, ସିକିରି ମଣ୍ଡଳ ସଭାପତି ତ୍ରିଲୋଚନ ବରାଡ, ଅଶୋକ ଦାସ,ବି.କେ ମହାନ୍ତି, କଞ୍ଚୁରୁ ମଣ୍ଡଳରୁ ପୂର୍ବତନ ସଭାପତି ପି ସୁରିଆ , ପିତଳ ମଣ୍ଡଳରୁ ବିକାଶ ଆଚାର୍ଯ୍ୟ, ହିଞ୍ଜିଳି ନଗରରୁ ଭୁବନେଶ୍ୱର ନାହାକ,କଳାଚାନ୍ଦ ପଟ୍ଟନାୟକ ,ଇ ଅନ୍ତର୍ଯ୍ୟାମୀ ପାତ୍ର ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ:-ରଜତ ପଟ୍ଟନାୟକ