

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ଥାନା, ବାଲିପଦର ପୋଲିସ ଫାଣ୍ଡି ଓଆଇସି ନିରଞ୍ଜନ ଦାଶଙ୍କ ନେତୃତ୍ୱରେ ବାଲିପଦର ପୋଲିସ ନଭେମ୍ବର ୩ ତାରିଖ ସନ୍ଧ୍ୟାରେ ଓଆର ୧୩ ଏଚ ୪୩୮୬ ଅଟୋରେ ଭାଙ୍ଗ ଚୋରା ଚାଲାଣ ହେଉଥିବା ବେଳେ କଳମ୍ବ ଛକରେ ଚଢ଼ାଉ କରି ଭାଙ୍ଗ ସହ ଗାଡିକୁ ଜବତ କରି ଦୁଇଜଣଙ୍କୁ ଗିରଫ କରିଛନ୍ତି । ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଫାଣ୍ଡି ଓଆଇସି ଶ୍ରୀ ଦାଶ ଓ ପୋଲିସ ବାହିନୀ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଂ କରୁ ଥିବା ବେଳେ ବାଲିପଦର ନିକଟସ୍ଥ କଲମ୍ଵ ଛକରେ ପୋଲିସ ଗାଡିକୁ ଦେଖି ରାସ୍ତା ବଦଳେଇ ଭାଙ୍ଗ ବୋଝେଇ ହୋଇଥିବା ଅଟୋଟି ଚାଲି ଯାଉଥିବା ବେଳେ ସେହି ଅଟୋର ପିଛା କରି ଅଟକାଇ ଥିଲେ । ତନଖି ବେଳେ ସେହି ଅଟୋରେ ବୋଝେଇ ହୋଇଥିବା ୩ କୁଇଣ୍ଟାଲ ୭୦ କିଲୋ ଭାଙ୍ଗ ସହ ଅଟୋକୁ ଜବତ କରିବା ସହ ଓଡ଼ଗାଁ ଥାନା ଅନ୍ତର୍ଗତ ଦୁଇ ଭାଙ୍ଗ ମାଫିଆ କବି ପାତ୍ର ଓ କେଶବ ପାତ୍ରଙ୍କୁ ଗିରଫ କରିଥିଲେ । ଏନେଇ ବୁଗୁଡା ଥାନା କେସ ନଂ ୩୬୮/୨୦ ଧାରା ୫୨ଏ ଓ ୫୩(୧) ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଆସାମୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।
ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା