ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱର ନମସ୍ୟ, ଜାତିର ପିତା ଓ ଅହିଂସାର ପୁଜାରୀ ମହାତ୍ମାଗାନ୍ଧିଙ୍କ ଦର୍ଶନ, ବିଚାର, କର୍ତ୍ତବ୍ୟ ଓ ଚିନ୍ତା ଚେତନା ପ୍ରତ୍ୟେକ ଭାରତୀୟଙ୍କର ଧୈୟ ହେଉ ବୋଲି ତାଙ୍କ ଜନ୍ମର ୧୫୦ବର୍ଷ ପୂର୍ତ୍ତ ଅବସରରେ ବିଜେପି ପକ୍ଷରୁ ଆଜି ହୋଇଥିବା ସଂକଳ୍ପ ପଦଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଉଦବୋଧନ ଦେଇଛନ୍ତି । ଗାନ୍ଧିଜୀଙ୍କ ବିଚାର ଓ ଦର୍ଶନରେ ସ୍ୱଦେଶୀ, ସ୍ୱାବଲମ୍ବନ, ସ୍ୱଚ୍ଛତା ଓ ସ୍ୱରୋଜଗାର ହିଁ ମୂଳମନ୍ତ୍ର ଥିଲ। । ଅହିଂସାର ପୂଜାରୀ ବାପୁଙ୍କ କର୍ମତତ୍ପରତା ଆଜି ଯୁବ ପିଢିର ଆଦର୍ଶ ଦେଉ ବୋଲି ରାଇବଣିଆର ଦକ୍ଷିଣପ୍ରହରାଜପୁର ସ୍କୁଲ ସମ୍ମୁଖ ମନ୍ଦିର ପଡିଆରୁ ପଦଯାତ୍ରାର ଶୁଭାରମ୍ଭକୁ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ପ୍ରକାଶ ପରିଛନ୍ତି । ଗାନ୍ଧିଜୀଙ୍କର ଚିନ୍ତା ଚେତନା କଂଗ୍ରେସ ଶାସନ ସମୟରେ ଲକ୍ଷ୍ୟଭ୍ରଷ୍ଟ ହୋଇଛି । ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକର ବ୍ୟବହାର, ରାସାୟନିକ ସାରର ପ୍ରୟୋଗ, କୃତ୍ରିମତା ମଧ୍ୟରେ ଆମ ଜୀବନ ଶୈଳୀ ଗତି କରୁଥିବାରୁ ଭବିଷ୍ୟତ ଅନ୍ଧକାର ହେବାକୁ ଯାଉଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିଜୀଙ୍କ ବିଚାର ଓ ଦର୍ଶନକୁ ଆଧାର କରି କାର୍ଯ୍ୟ କରୁଛନ୍ତି । ଜମିହୀନଙ୍କୁ ଜମି, ଗୃହ ହୀନଙ୍କୁ ଘର, ବିଜୁଳି ନଥିବା ବ୍ୟକ୍ତି ସୌଭାଗ୍ୟ ଯୋଜନା, ଗ୍ୟାସ ନଥିବା ଘରେ ଉଜ୍ଜ୍ୱ୍ୱଳା ଯୋଜନା, ସମସ୍ତଙ୍କୁ ପାଇଖାନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ୱୟଂସାହାୟକ ଗୋଷ୍ଠୀଙ୍କୁ କୌଶଲ୍ୟ ଯୋଜନା ଯୋଗାଇ ଦିଆଯାଉଛି । ଆୟୁଷ୍କାନ ଭାରତ, ପ୍ରଧାନମନ୍ତ୍ରୀ କୃଷିବୀମା ଭଳି ଲୋକାଭିମୁଖୀ ଯୋଜନା ପ୍ରଚଳନ କରିବା ସହିତ ଦୁର୍ଘଟଣା ଜନିତ ବୀମା, ପେନ୍ସନ ବ୍ୟବସ୍ଥା, ଗରିବ ଚାଷୀଙ୍କୁ ବର୍ଷକୁ ୬ହଜାର ଟଙ୍କା ସହାୟତା ଯୋଗାଇବା ସଂପର୍କରେ ସେ କହିଥିଲେ । ଗାନ୍ଧିଙ୍କ ନିଶା ନିବାରଣ, ଅସ୍ପୃଷ୍ୟତା କୁ ପ୍ରଧାନମନ୍ତ୍ରୀ ଆପଣେଇଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତଙ୍କୁ ଚାକିରୀ ମିଳିନପାରେ କିମ୍ବା ବଡବଡ ଶିଳ୍ପସଂସ୍ଥାଦ୍ୱାରା ଜନସାଧାରଣଙ୍କର ଆର୍ଥୀକ ମାନଦଣ୍ଡର ବିକାଶ ଘଟିନପାରେ କିନ୍ତୁ କୁଟୀରଶିଳ୍ପ ଦ୍ୱାରା ସମସ୍ତେ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ସଭାରେ ଯୁବନେତା ଶାନ୍ତନୁ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅରୁଣ କୁମାର ବେଜ ଓ ଉମାକାନ୍ତ ମହାପାତ୍ର ମଂଚରେ ଉପସ୍ଥିତ ଥିଲେ । ସେ ଦକ୍ଷିଣ ପ୍ରହରାଜପୁରରୁ ଦୀର୍ଘ ୮କି.ମି ରାସ୍ତା ପଦଯାତ୍ରାରେ ଗଲାବେଳେ ପ୍ରହରାଜପୁର, ବାସୁଳୀଛକ, ବେହେରାସାହି ଶିବମନ୍ଦିର ଓ ସ୍କୁଲ ଛକ, ଗୁଆଗଡିଆ ଇତ୍ୟାଦି ସ୍ଥାନ ମାନଙ୍କରେ ଜନସାଧାରଣ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଶ୍ରୀ ଷଡଙ୍ଗୀ ରାଇବଣିଆ ଅଂଚଳରେ କେତେକ ବିକାଶ କାର୍ଯ୍ୟକୁ ତ୍ୱରାନ୍ନିତ କରିବେ ବୋଲି କହିଥିଲେ । ଏହି ପଦଯାତ୍ରାରେ ବିଶ୍ୱରୂପ ଦାସ, ସୁବ୍ରତ ଘୋଷ, ଫାଲ୍ଗୁନୀ ପାଣିଗ୍ରାହୀ, ଅନନ୍ତ ବେହେରା, କୌଶିକ ପଣ୍ଡା, ପଂକଜ ଜେନା, ହଟନାଗର ଘୋଷ, ସଂଜୀବ ରାଉତ, ସିପୁ ଘଡେଇ, ଆନନ୍ଦ ମାଝୀ, ମନୋରଂଜନ ମାନ୍ନା, କ୍ଷୀତିଶ ଦେ, ଦୀପକ ନାୟକ, ସପନ ବେହେରା, ଦିଲ୍ଲିପ ମାନ୍ନା, ସମରେନ୍ଦ୍ର ପ୍ରମାଣିକ, ଦିପୁ ମାନ୍ନ, ଅଜିତ୍ ବାରିକ, ସରୋଜ ଘଡେଇ, ଅନନ୍ତ ଦାସ, ଗୋପାଳ ଦତ୍ତ, ରତ୍ନାକର ବେହେରା, ପ୍ରଦୀପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା