ଗାନ୍ଧିସେବାଶ୍ରମର ନିଖୋଜ ଛାତ୍ର ୧ବର୍ଷ ପରେ ଉଦ୍ଧାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରସ୍ଥିତ ଈଶ୍ୱରଲାଲ ଗାନ୍ଧିସେବାଶ୍ରମର ଅନ୍ତେବାସୀ ୨୦୧୮ମସିହା ମେ ୩୧ ତାରିଖରେ ନିଖୋଜ ହୋଇଥିବା ବେଳେ ଆଜି ତାକୁ ଜଳେଶ୍ୱର ପୁଲିସ୍ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଗାନ୍ଧିସେବାରଶ୍ରମରେ ରହି ୪ର୍ଥ ଶ୍ରେଣୀରେ ପଢୁଥିବା ସଂଜୟ ସିଂ (୯) ପ୍ରାୟ ୧ବର୍ଷ ତଳେ ଆଶ୍ରମରୁ ନିଖୋଜ ହୋଇଥିଲା । ଏଥିନେଇ ସୁବରିଟେଣ୍ଡେଣ୍ଟ ଜ୍ୟେତିଷ ଚନ୍ଦ୍ର କର ଏକ ଲିଖିତଭାବେ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପିଲାଟି ବାପ ଛେଉଣ୍ଡ ହୋଇଥିବାରୁ ଏଠାରେ ଶିକ୍ଷାଲାଭ କରୁଥିଲା । ନୀଳଗିରି ସବ୍ଡିଭିଜନ ଅନ୍ତର୍ଗତ ଧୋବଶିଳା ଗାଁରେ ୰ ଶମ୍ଭୁନାଥ ସିଂଙ୍କ ପୁଅ ହୋଇଥିବା ବେଳେ ବାପାଙ୍କ ମୃତ୍ୟୁ ପରେ ସେହି ଗାଁରେ ରହୁଥିବା ତାର ଅଜା ବୁଧିଆ ସିଂ ନିକଟରେ ସେ ଲାଳିତପାଳିତ ହୋଇଥିଲା । ଏଥିନିମନ୍ତେ ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝୀ ନିର୍ଦ୍ଦେଶରେ ଏଏସ୍ଆଇ ନରେନ୍ଦ୍ର ସେଠୀ ଏହାର ତଦନ୍ତ ଭାର ଗ୍ରହଣ କରିଥିଲେ । ପିଲାଟି ଧୋବଶିଳାକୁ ଫେରିଆସିଥିବାରୁ ତାର ଅଜା ବୁଧିଆ ସିଂ ତାକୁ ଧରି ଜଳେଶ୍ୱର ଥାନାରେ ପହଞ୍ଚିଥିଲା । ଆଜି ରାତିରେ ସଂଜୟ ସିଂ ଗାନ୍ଧିସେବାଶ୍ରମରେ ଅବସ୍ଥାନ କରୁଥିବା ବେଳେ ଆସନ୍ତା କାଲି ଶନିବାର ମାଜିଷ୍ଟ୍ରେଟଙ୍କ ଆଗରେ ତାର ବୟାନ ରେକର୍ଡ କରାଯିବ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ ।

ରିପୋର୍ଟ : ଭୂପତି କୁମାର ପରିଡା