ଗାନ୍ଧୀ ଜୟନ୍ତୀ ଅବସରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗାନ୍ଧୀ ଜୟନ୍ତୀ ଅବସରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ବ୍ରହ୍ମପୁର ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ୱଧିନତା ସଂଗ୍ରାମୀ ସ୍ୱର୍ଗତ ମଧୁ ପାଣିଗ୍ରାହୀଙ୍କ ବାସଭବନ ମଧୁକୁଞ୍ଜ ଠାରେ କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇଥିଲେ । ୧୯୨୧ ମସିହା ମାର୍ଚ୍ଚ ମାସ ୨୭ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ବ୍ରହ୍ମପୁର ଗସ୍ତରେ ଆସିଥିଲେ । ଦେଶକୁ ପରାଧିନତାରୁ ମୁକ୍ତି କରିବା ପାଇଁ ସ୍ୱାଧୀନତା ସଂଗ୍ରାମରେ ସମସ୍ତଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ୨୯ ତାରିଖ ଦିନ ବାରାକସ ପଡିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିବା ଇତିହାସ ରହିଥିବା ବେଳେ ମାର୍ଚ୍ଚ ୨୮ ତାରିଖରେ ଏହି ବିଷୟକୁ ନେଇ କିଛି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ନେଇ ଏହି ମଧୁକୁଞ୍ଜ ବାସଭବନ ଠାରେ ବୈଠକ କରିବା ସହ ବିଶ୍ରାମ ନେଇଥିଲେ । ସେହି ଅତୀତକୁ ମନେ ପକାଇ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉକ୍ତ କକ୍ଷ ଠାରେ ପହଞ୍ଚି ମହାତ୍ମାଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦେବା ସହ ପୂଜ୍ୟ ମହାତ୍ମାଗାନ୍ଧୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ବୃକ୍ଷରୋପଣ କରି ତାଙ୍କର ପ୍ରିୟ ସଂଗୀତ ରାମଧୁନ ରଘୁପତି ରାଘବ ଗାନ କରିଥିଲେ । ଏହାପରେ ଗାନ୍ଧୀ ସଂକଳ୍ପ ଯାତ୍ରା ପୁରୁଣା ଆମ୍ବ ମାର୍କେଟ ନିକଟସ୍ଥ ଏହି ମଧୁକୁଞ୍ଜ ବାସଭବନ ଠାରୁ ଏକ ଶୋଭାଯାତ୍ରା ବାହାରି ପିଭିଏନ ରାଓ ପେଟ୍ରୋଲ ପମ୍ପ ଛକ ଦେଇ ବିଜିପୁର ଅଞ୍ଚଳ ପରିକ୍ରମା କରି ଗାନ୍ଧୀଜୀଙ୍କ ବାର୍ତ୍ତା ସ୍ବଦେଶୀ, ସ୍ୱଚ୍ଛତା, ସ୍ୱରାଜ, ସ୍ୱାବଲମ୍ବୀ, ସରଳ ଜୀବନ ଯାପନ, ନିଶା ନିବାରଣ ଏବଂ ଆମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନ ଦେହକୁ ‘ପ୍ଲାଷ୍ଟିକ ମୁକ୍ତ କରି ଧରିତ୍ରୀ ମାତାକୁ ସୁରକ୍ଷିତ କରିବା, ପ୍ଲାଷ୍ଟିକ ବଦଳରେ କପଡା ଓ କାଗଜ ବ୍ୟାଗ ବ୍ୟବହାର କରିବା, ସବକା ସାଥ ସବକା ବିକାଶ ସବକା ବିଶ୍ୱାସ, ଜଳ ସଂରକ୍ଷଣ କରିବା, ଜନସଂଖ୍ୟା ନିୟନ୍ତ୍ରଣ କରିବା, ଗରିବ କଲ୍ୟାଣ ଗୋଟିଏ ସଂକଳ୍ପ ଏଭଳି ପ୍ଲାକାଡ଼ ଧରି ଲୋକଙ୍କୁ ସଚେତନତା କରାଯାଇଥିଲା । ଏହି ଗାନ୍ଧୀ ସଂକଳ୍ପ ଯାତ୍ରା ମାସ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା ସଭାପତି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ପାଣିଗ୍ରାହୀ, ରାମନାଥ ଗନ୍ତାୟତ, ଶିବ ଅଧିକାରୀ, ସନ୍ତୋଷ ପାଣିଗ୍ରାହୀ, ଶିବ ମହାରଣା, ଗୌରୀ ମହାନ୍ତି, ଭଗବାନ ସାହୁ, ବିଜୟ ପଣ୍ଡା, ଏସ.ଶ୍ରୀନିବାସ, ପ୍ରବୀଣ କୁମାର, ରବି ନାରାୟଣ ସାବତ, ରୀଙ୍କୁ ସାମଲ, ନାମିତ ପଣ୍ଡା, ସୁଶୀଳା ମଲ୍ଲିକ, ବିନାୟକ ରଥ, ରାମହରି ଖଣ୍ଡୁଆଳ, କେ.ଶ୍ରୀନିବାସ ସୁବୁଦ୍ଧି, ଟି.ରବି କିରଣଙ୍କ ସମେତ ଜିଲ୍ଲା ପଦାଧିକାରୀ ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ପ୍ରବୀର ପାତ୍ର, କାମନା ପାଢ଼ୀ, ଶରତ ସାହୁ, ଅମୁଲ୍ୟ ଚୌଧୁରୀ, ସୁବାସିନୀ ପଟ୍ଟନାୟକ, ନିରଞ୍ଜନ ପାଣିଗ୍ରାହୀ, ମଦନ ମୋହନ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ସୁନୀଲ ପାତ୍ର, ଭାବଗ୍ରାହୀ ପାଳ, ସରିତା ପଣ୍ଡା, କିରଣ ସାହୁ, ବିକାଶ ପାଣିଗ୍ରାହୀ, ସୂର୍ଯ୍ୟ ନାହାକ, ଏସ.ରାଣୀ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା