ଗାନ୍ଧୀଜୀଙ୍କ ୧୫୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର (ଆକାଶ ମିଶ୍ର)-  ଆଜିର ସମାଜରେ ସତ୍ୟ ଓ ଅହିଂସାର ପ୍ରାସଙ୍ଗିକତା ବହୁତ ଅଧିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକରେ ଆଧ୍ୟକ୍ଷତା କରି ଏକଥା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ବର୍ଗର ଲୋକଙ୍କୁ ସାମିଲ କରି ଗାନ୍ଧୀଜୀଙ୍କ ଜୟନ୍ତୀ ଉତ୍ସବକୁ ମହାସମାରୋହରେ ପାଳନ କରାଯିବ । ମୁଖମନ୍ତ୍ରୀ କହିଥିଲେ ଯେ ମହାତ୍ମା ଗାନ୍ଧୀ ଥିଲେ ଯୁଗ ପୁରୁଷ । ଭାରତର ଆତ୍ମ ପୁନଃ ଜାଗରଣ ପାଇଁ ସେ ଉଦ୍ୟମ କରିଥିଲେ । ଦେଶର ସ୍ୱାଧୀନତା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ସେଥିପାଇଁ ସେ ସତ୍ୟ ଓ ଅହିଂସା ଉପରେ ଗୁରୁତ୍ୱ ଦେଉଥିଲେ । ଆଜିର ସମାଜରେ ଏହି ଦୁଇଟି ମନ୍ତ୍ରର ଗୁରୁତ୍ୱ ଆଗୁରି ବଢିଯାଇଛି । ସେଥିପାିଁ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ପାଇଁ ସେ ପ୍ରସ୍ତାବ ଦେଉଛନ୍ତି । ସାମାଜିକ ଅନ୍ୟାୟ ଓ ଦାରିଦ୍ର‌୍ୟ ବିରୋଧରେ ଅହିଂସା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ମହାତ୍ମା ଗାନ୍ଧୀ ସମୁଦାୟ ୮ ଥର ଓଡିଶା ଆସି ବହୁ ଅଞ୍ଚଳ ବୁଲି ଓଡିଶାର ପ୍ରସ୍ତାବ ସ୍ଥିତି ଅନୁଭବ କରିଥିଲେ । ଖଦୀ କାଯ୍ୟକ୍ରମର ପ୍ରସାର ପାଇଁ ସେ ଓଡିଳାରୁ ହିଁ ପ୍ରେରଣା ପାଇଥିଲେ । ଗାନ୍ଧୀ ଜୟନ୍ତୀର ସଫଳ ପାଳନ ପାଇଁ ସେ ଜୟନ୍ତୀ କମିଟିର ସବୁ ସଦସ୍ୟର ପ୍ରସ୍ତାବ ଆହ୍ୱାନ କରିବା ସହିତ ସମସ୍ତଙ୍କର ସହେଯାଗ କାମନା କରିଥିଲେ ।ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିିରିଧର ଗମାଙ୍ଗ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଅଶୋକ ପଣ୍ଡା, ଭବାନୀ ଚରଣ ପଟ୍ଟନାୟକ ଓ ଅନେତ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ସଂସ୍କୃତି ବିଭାଗ ପ କ୍ଷରୁ ୫ଟି ସବ କମିଟି ଗଠନ କରାଯାଇଛି । ଏହା ସହିତ ଜୟନ୍ତୀ କମିଟିର ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରାଯାଇ ଚଳିତ ଅକ୍ଟୋବର ୨ ତାରିଖରୁ ୨୦୨୦ ଅକ୍ଟୋବର ୨ ତାରିଖ ପଯ୍ୟନ୍ତ ଦୁଇ ବର୍ଷ ଧରି ବିଭିନ୍ନ କାଯ୍ୟକ୍ରମ ଗ୍ରହଣ କରାଯିବ ।