ଗାନ୍ଧୀଜୟନ୍ତିରୁ ଆରମ୍ଭ ହୋଇ ନଭେମ୍ବର ୨ରେ ସରୁଥିବା ବିଜେଡିର ଜନସମ୍ପର୍କ ଯାତ୍ରାରେ ପୋଲସରା ବିଧାୟକ…

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ପୋଲସରା ନିର୍ବାଚନ ମଣ୍ଡଳୀରେ ପୋଲସରା ଓ ବୁଗୁଡ଼ା ବ୍ଲକକୁ ନେଇ ଜନସମ୍ପର୍କ ଯାତ୍ରା ବହୁ ଆଡମ୍ବରରେ ବିଜେଡି ଦଳ ଗାନ୍ଧୀଜୟନ୍ତୀରୁ ଆରମ୍ଭ କରିଛି । ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଉଭୟ ବ୍ଲକର ସବୁଗାଁର କୋଣେ କୋଣେ ବିଜେଡି କର୍ମୀମାନେ ପହଞ୍ଚି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି । ବୁଗୁଡ଼ା ବ୍ଲକର ଭୀମ ଶିଆଳି, ପାଙ୍ଗିଡି ଆଦି ଗ୍ରାମରେ ଜନସମ୍ପର୍କ ପଦଯାତ୍ରା କରି ବିଧାୟକ ଶ୍ରୀକାନ୍ତ ସାହୁ ଏହି ପଦଯାତ୍ରାରେ ଲୋକଙ୍କୁ ମିଶି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଚେତନତା କରାଉଥିବାବେଳେ ଲୋକଙ୍କଆଡୁ ବେଶ ସମର୍ଥନ ପାଉଥିବା ପରିଲଖିତ ହେଉଛି । ବିଧାୟକଙ୍କ ସମେତ ବୁଗୁଡ଼ା ବ୍ଲକ ଅଧକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଭ୍ୟ, ବିଜେଡି କର୍ମକର୍ତା, ଗ୍ରାମବାସୀ ମାନେ ଅଂଶଗ୍ରହଣ କରି ପଦଯାତ୍ରାକୁ ଆହୁରି ଶୋଭାମଣ୍ଡନ କରୁଛନ୍ତି । ଏହିପଦଯାତ୍ରା ନଭେମ୍ବର ୨ତାରିଖରେ  ସମାପନ ହେବ ।