
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ନୂଆଁ ସାହିର ଭାବିନି ସାହୁ (୪୦) ନାମକ ଜଣେ ମହିଳା ଆଜି ସନ୍ଧ୍ୟାରେ ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ମହିଳା ଜଣଙ୍କ ଗ୍ରାମର କେନାଲ ହୁଡା ଉପରେ ଥିବା ନିଜର ଚାଷ ପଦରକୁ ଯାଇଥିବା ବେଳେ ହଠାତ ମେଘ ପବନ ସହ ବଜ୍ରପାତ ଘଟିବାରୁ ସେ ଧରିଥିବା ମୋବାଇଲ ଫୋନଟି ସମ୍ପୂର୍ଣ୍ଣ ଚୁରୁମାର ହୋଇଯାଇଥିବା ବେଳେ ସେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଟଳି ପଡିଥିଲେ । ଘଟଣା ସ୍ଥଳରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ୧୦୮ ଆବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ଭାବିନି ସେଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ରିପୋର୍ଟ – ନିଲୁ ବିଷୋୟୀ