
ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ପାର୍ଲାପାଡୁ ଘାଟୀରେ ବୁଧବାର ଅପରାହ୍ଣରେ ଗାଡ଼ି ଓଲଟିବାରୁ ରାୟଗଡ଼ା ବିଡିଓ ରାଜେନ୍ଦ୍ର ମାଝୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଡେରେକାପାଡୁ ଠାରୁ ଫେରୁଥିବା ବେଳେ ବ୍ଲକ କାର୍ଯ୍ୟାଳୟର ଗାଡି ଭାରସାମ୍ୟ ହରାଇ ଓଲିଟି ପଡ଼ିଥିଲା । ଆଳୁବାଡି ଗାଁ ନିକଟରେ ଏକ ବୁଲାଣିରେ ଏହି ଗାଡ଼ି ଓଲଟି ଥିଲା । ଗାଡିରେ ବିଡିଓ ରାଜେନ୍ଦ୍ର, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ ଏବଂ ଭିଏଲ୍ଡବ୍ଲ୍ୟୁ ଅଜିତ ହୋତା ଥିଲେ । ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ