ଗାୟକ ମହମ୍ମଦ ଅଜିଜଙ୍କ ପରଲୋକରେ ବ୍ରହ୍ମପୁରରେ ଗଭୀର ଶୋକ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିନ୍ଦୀ ଓ ଓଡ଼ିଆ ଚଳଚିତ୍ର ଜଗତରେ ନିଜର ସଙ୍ଗୀତ ମାଧ୍ୟମରେ ସୁନାମ ଅର୍ଜନ କରିଥିବା ଖ୍ୟାତିନାମା ଗାୟକ ମହମ୍ମଦ ଅଜିଜଙ୍କ ଗତକାଲି ମୁମ୍ବାଇରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ ବ୍ରହ୍ମପୁରର ଗାୟକ ଗାୟିକା, ସଙ୍ଗୀତ ପ୍ରେମୀ, ତାଙ୍କ ସହ ବିଭିନ୍ନ ସଂଗୀତ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତରେ ସହଯୋଗ କରିଥିବା ବ୍ରହ୍ମପରର ବହୁ କଳାକାର ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମରଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ଗାୟିକା ନିବେଦିତା ପ୍ରଧାନ, ଗାୟକ ଲଡୁ, ବାଦକ ପୂର୍ଣ୍ଣ, ଅକ୍ଷୟେନ୍ଦୁଙ୍କ ସମେତ ଗାୟକ ବାସୁଦେବ ରଥ, ଅଶ୍ଵିନୀ ମହାପାତ୍ର, ସୁଦୀପ ସାହୁ, ସୁବାସ ପାତ୍ର, ନବକିଶୋର ମହାପାତ୍ର, ଲାଲୀ ପାଢ଼ୀ, ଅର୍ପିତା ଚୌଧୁରୀ, ଅନୁରାଧା ସାହୁ, ଗୀତା ପାଣିଗ୍ରାହୀ, କାଳି ପଣ୍ଡା, କେଶବ ମିଶ୍ର, ମିହିର ତ୍ରିପାଠୀ, ନୀଳାଞ୍ଚଳ ବେହେରା, ପ୍ରବୀଣ ଦାସ, ରାମଲକ୍ଷ୍ମଣ, ବିଡ଼ିଶା ପାତ୍ର, ଆଦିତି ପାଢ଼ୀ, ଭବାନୀ ମିଶ୍ର, ପ୍ରଫେସର ଏନ.କେ.ରାୟଗୁରୁ, ଗଣେଶ ପଟ୍ଟନାୟକ, ଯତୀନ ଦାସ, ମନୋଜ ପାଣିଗ୍ରାହୀ, କେ. ରାମନାଥ, ଶିଶିର ମିଶ୍ର, ହିମାଂଶୁ ମିଶ୍ର, ପ୍ରଭାତ, ସଚିବାଳା, ନିହାର, ଶ୍ୟାମା ପ୍ରସାଦ ପାଢ଼ୀ ଓ ତୃପ୍ତିରାଣୀ ମହଲାଙ୍କ ସମେତ ବହୁ ଗାୟକ ଗାୟିକା ତାଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା