ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ଶୁକ୍ରବାର ଦିନ ବ୍ରହ୍ମପୁର ନଗର ସ୍ଥିତ ଚତୃର୍ଭୁଜ ଧର୍ମଶାଳାରେ ପବିତ୍ର ଜନ୍ମାଷ୍ଟମୀ ତିଥିରେ ସନ୍ଧ୍ୟା ୭ଟା ସମୟରେ ଶାନ୍ତିକୁଞ୍ଜ ଦେବଦୁତ ଅରୁଣ ଖଣ୍ଡାଗ୍ଲେ, ଡ଼ଃ.ବ୍ରଜମୋହନ ଗୌଡ଼, ଶେଷଦେବ ବଢ଼େଇଙ୍କ କରକମଳରେ ଏକ ହଜାର ଆଠ ଟେ ଘିଅ ଦୀପ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞ ବ୍ରହ୍ମପୁର ଗାୟତ୍ରୀ ପରିବାର ଉପଜୋନ ଦ୍ୱାରା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଂଯୋଜକ ତ୍ରିନାଥ ସେଠି, କନ୍ଧମାଳ ସଂଯୋଜକ ଅନନ୍ତ ଚରଣ ପୃଷ୍ଟି, ଉପଜୋନ ସଂଯୋଜକ ଡ଼ଃ ବୃନ୍ଦାବନ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଶ୍ରୀମତୀ ନିରୁପମା ନାୟକ, ଶ୍ରୀମତୀ ସୁଜାତା ପାତ୍ର, ଲକ୍ଷ୍ମୀ ନାରାୟଣ ମହାରଣା, ଅନ୍ତର୍ଯ୍ୟାମୀ ପଣ୍ଡିତ ଅତିଥିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରାଜ୍ୟ ସଂଯୋଜକ ବାଳକୃଷ୍ଣ ପଣ୍ଡା ଅତିଥି ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ଡ଼ଃ ବ୍ରଜ ମୋହନ ଗୌଡ଼ ଗୋପାଳନ, ଜୈବିକ କୃଷିର ଆବଶ୍ୟକତା ଏବଂ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ୫ଟି ବୃକ୍ଷରୋପଣ କରିବାକୁ ପ୍ରେରଣା ଦେଇଥିଲେ । ଅରୁଣ ଖଣ୍ଡାଗ୍ଲେ ସ୍ୱଚ୍ଛତାର ମୂଲ୍ୟବୋଧ କରିଥିଲେ । ଚନ୍ଦ୍ର ଶେଖର ପାତ୍ର, ଭିଷ୍ମଚାର୍ଯ୍ୟ ଚୌଧୁରୀ, ଶିବ ଶଙ୍କର ଦୀପ ପ୍ରଜ୍ଜ୍ଵଳନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା