ରମ୍ଭା (ସମୃଦ୍ଧ ଓଡିଶା) ଗାୟତ୍ରୀ ପରିବାର, ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି, ଶ୍ରୀ ଜଗନ୍ନାଥ କଳିଙ୍ଗ ବୈଶ୍ୟ ଯୁବକ, ମହିଳା ସଂଘ ଓ ଆମ ପୋଲିସି ମିଳିତ ଅନୁକୂଲ୍ୟାରେ ରମ୍ଭା ସ୍ଥିତ ଗାୟତ୍ରୀ ପୀଠରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ଗୋକଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ଗାୟତ୍ରୀ ପରିବାରର ପରିବ୍ରାଜକ ଦାମୋଦର ନାହାକ, ବଳରାମ ମହାପାତ୍ରଙ୍କ ବେଦପାଠରେ ମୁଖ୍ୟ ଅତିଥି ରୂପେ ଆଇ.ଆଇ.ସି କୃଷ୍ଣ ଚନ୍ଦ୍ର ସେଠୀ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ସୁବାସ ପଣ୍ଡା, ରମ୍ଭା ବନ୍ୟ ପ୍ରାଣୀ ଅଧିକାରୀ ନଗେନ କୁମାର ପଣ୍ଡା, ରମ୍ଭା ସରକାରୀ ମେଡିକାଲର ଆୟୁଷ ଡାକ୍ତର ନିବେଦିତା ବକ୍ସସି ରାୟ ଯୋଗ ଦେଇଥିଲେ । ଏଥିରେ ବିଶ୍ୱ ଗୋ କଲ୍ୟାଣ ସମିତିର ବିରଞ୍ଚି ନାହାକ, ସୁରେନ୍ଦ୍ର ସାହୁ, ଉମକାନ୍ତ ସାହୁ, କୃଷ୍ଣଚନ୍ଦ୍ର ନାହାକ, କୃଷ୍ଣଚନ୍ଦ୍ର ବେହେରା, ଶେଷ ଦେବ ବେହେରା, ରବିନାରାୟଣ ସେନାପତି, “ଭରସା” ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ, କଳିଙ୍ଗ ବୈଶ୍ୟ ସଙ୍ଘର ରାମ ପ୍ରସାଦ ସେନାପତି, ସାମ୍ବାଦିକ ସୁରଜିତ ବେହେରା, ନିଳାଞ୍ଚଳ ସେନାପତି, ସହଦେଵ ଗୌଡ଼ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହାସହ ବ୍ରହ୍ମପୁର ମେଡିକାଲ ରକ୍ତ ଭଣ୍ଡାରର ଚିନ୍ମୟ ବେହେରା, ନନ୍ଦ ଗୋପାଳ ଦେଓ, ନାଗଭୂଷଣ ପ୍ରଧାନ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ୪୮ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିଶ୍ୱ ଗୋକଲ୍ୟାଣ ସମିତି ତରଫରୁ ବର୍ଷ ତମାମ ରକ୍ତ ଦାନ ଶିବିର କରାଯାଉଥିବାରୁ ବିଭିନ ମହଲରୁ ପ୍ରଶଂସା କରାଯାଉଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା