

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଦ୍ୟ ଓଡାପଡା ବ୍ଲକ ମୋଟଙ୍ଗା ଥାନା ‘ଗିରିରାଜ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ‘ବିଶ୍ୱ ପରିବେଶ ଦିବସ’ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମେରାମଣ୍ଡଳୀ ଡାକ୍ତରଖାନା, ମୋଟଙ୍ଗା ପଞ୍ଚାୟତ, ମୋଟଙ୍ଗା ଥାନା ପରିସରରେ ଭିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇ ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମୋଟଙ୍ଗା ଥାନା ଆଇଆଇସି ନମିତା ନାୟକ, ମୋଟଙ୍ଗା ପଞ୍ଚାୟତର ସରପଞ୍ଚ ମାଳାଞ୍ଜଳି ସାହୁ, ଅନୁଷ୍ଠାନର ସମ୍ପାଦକ ତଥା ପର୍ବତାରୋହୀ ଵିଭାରାଣୀ ପାତ୍ର, ସମାଜସେବୀ ତପନ ସୁନି ପୃଷ୍ଟି, ସଦସ୍ୟ ବିକ୍ରମ ଆଦିତ୍ୟ ସାହୁ, ସୁଜିତ ନାୟକ, ସନ୍ଧ୍ୟାରାଣୀ ପାତ୍ର, ଶୁଭାଷିନି ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ ପାଣି