ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ଉତ୍ତର ବାଲେଶ୍ୱର ଅଞ୍ଚଳରୁ ପ୍ରାୟ ୧୬୦ ଶ୍ରମିକ ଗୁଜୁରାଟ ରାଜ୍ୟର ମୁରବି ଜିଲା ଅନ୍ତର୍ଗତ ୱାକାନାରସ୍ଥିତି ସୁରଜ ସିରାମିକରେ କାର୍ଯ୍ୟ କରିଆସୁଛନ୍ତି । କରୋନାର ପ୍ରଭାବ ଓ ଲକ୍ଡାଉନ୍ ପରିସ୍ଥିତି ଯୋଗୁଁ ଗୁଜୁରାଟର ଏହି ଜିଲାରେ ବହୁ ଲୋକ ମରୁଥିବା ବେଳେ ଖାଦ୍ୟ ଓ ପାନୀୟ ବିନା ସେଠାକାର ଶ୍ରମିକମାନେ ବହୁ ଦୁଃଖ, କଷ୍ଟ ଓ ଉପବାସରେ କଳାତିପାତ କରୁଛନ୍ତି । ଅତିଶୀଘ୍ର ସେମାନଙ୍କୁ ଓଡିଶାକୁ ଫେରାଇ ଆଣିବା ଲାଗି ସେମାନେ ବାଲେଶ୍ୱର ଜିଲାପାଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି । ଗୁଜୁରାଟର ସୁରତ ଜିଲାରେ କାର୍ଯ୍ୟ କରି ଆସୁଥିବା ହଜାର ହଜାର ଶ୍ରମିକଙ୍କୁ ଉଦ୍ଧାର ଲାଗି ଗଞ୍ଜାମ ଜିଲାପାଳ ଓ ରାଜ୍ୟ ସରକାର କେତେକ ଆଖିଦୃଶିଆ ପଦକ୍ଷେପ ନେଇଥିବାରୁ ଏବେ ସେହି ରାଜ୍ୟର ଅନ୍ୟସ୍ଥାନରେ ଅଟକିଥିବା ଶହ ଶହ ବ୍ୟକ୍ତି ଘରକୁ ଫେରିବା ଲାଗି ଆଶା ବାନ୍ଧି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉତ୍ତର ବାଲେଶ୍ୱରର ଜଳେଶ୍ୱର, ଲକ୍ଷ୍ମଣନାଥ, କାଳିକାପୁର, ଖୁଲୁଡା, ପଶ୍ଚିମବାର୍ଡ, କମର୍ଦ୍ଦା ଇଦ୍ୟାଦି ଗ୍ରାମଗୁଡିକରୁ ୧୬୦ଜଣ ବ୍ୟକ୍ତି ଗୁଜୁରାଟ ରାଜ୍ୟର ମୁରବି ଜିଲା ଅନ୍ତର୍ଗତ ୱାକାନାର ସ୍ଥିତ ଲାକାଦ୍ଧାଠାରେ ଅବସ୍ଥିତ ସୁରଜ ସେରାମିକ୍ରେ କାର୍ଯ୍ୟ କରିଆସୁଛନ୍ତି । ସେମାନେ ଓଖା-ପୁରୀ ଟ୍ରେନ୍ରେ ଫେରିବା ଲାଗି ଟିକଟ କରିଥିଲେ । ମାର୍ଚ୍ଚ୨୩ ତାରିଖରେ କମ୍ପୋନୀ ବନ୍ଦ ହୋଇ ଯିବାରୁ ଏବଂ ଟ୍ରେନ୍ ଯାତାୟାତ ବାତିଲ ହେବାରୁ ୨୫ ତାରିଖରେ ଟ୍ରେନ୍ ଚଢି ୨୭ରେ ଘରକୁ ପହଞ୍ଚିବାର ଥିଲେ ମଦ୍ୟ ଆସି ପାରି ନାହାନ୍ତି । ଏହି ସହରରେ ମଧ୍ୟ ବହୁ ଦାଦନ ଶ୍ରମିକ ରହୁଥିବା ବେଳେ ପ୍ରତିଦିନ କରୋନାର ସଂକ୍ରମଣରେ ଲୋକେ ମରୁଥିବାର ସେମାନେ କହିଛନ୍ତି । ପିଇବା ପାଣି ଲାଗି ହନ୍ତସନ୍ତ ହେଉଥିବା ବେଳେ ପ୍ରାୟ ୧ କିମି ଦୂରରୁ ପିଇବା ପାଣି ସଂଗ୍ରହ କରିବାକୁ ପଡୁଛି । ଅଦ୍ୟାବଧି କମ୍ପୋନୀ, ଜିଲା ପ୍ରଶାସନ କିମ୍ବା ଗୁଜୁରାଟ ସରକାର ଶ୍ରମିକ ମାନଙ୍କ ଖାଦ୍ୟ, ପାନୀୟ ସଂପର୍କରେ କୌଣସି ବ୍ୟବସ୍ଥା କରି ନ ଥିବାର ସେଠାରେ ଫସିଥିବା ଲୋକେ କହିଛନ୍ତି । ଆସନ୍ତା ୩ ତାରିଖରୁ କମ୍ପାନୀ ସେଠାରେ ରହିବାକୁ ଦେବ ନାହିଁ ବୋଲି ରୋକଠୁକ୍ ମନା କରିଥିବା ପଶ୍ଚିମବାର୍ଡ ଅଞ୍ଚଳର ମନ୍ମଥ ମହାନ୍ତି ସେଠାରୁ ଜଣାଇଛନ୍ତି । ମନ୍ତମଥ ମହାନ୍ତିଙ୍କ ଏଠାକାର ପଞ୍ଜିକରଣ ନଂ ଡବ୍ଲୁ୪୨୬୧୯୮୭୩୯ କୋବିଦ ଅଟେ । ସେମାନଙ୍କୁ ଉଦ୍ଧାର କରିବାକୁ ସେମାନଙ୍କ ସହିତ ଏ ଅଞ୍ଚଳ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା