ଢେଙ୍କାନାଳ (ସମୃଦ୍ଧ ଓଡିଶା) ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପାଇଁ ‘ସାଥ’ କାର୍ଯ୍ୟକ୍ରମର ଆରମ୍ଭ ହୋଇଯାଇଛି । ଏହି ସାଥ କାର୍ଯ୍ୟକ୍ରମରେ ପ୍ରତ୍ୟେକ ମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ରିଭ୍ୟୁ ସଭା କାର୍ଯ୍ୟ କରାଯାଉଛି । ଆଜି ସର୍ବ ସମଗ୍ର ଶିକ୍ଷା, ଢେଙ୍କାନାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ନିଖୋଲ ପତ୍ତ୍ୱନ କଲ୍ୟାଣ ଅଧ୍ୟକ୍ଷଣରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ଜିଲ୍ଲା ପଛୁଆ ଥିବା Indicator ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏହି Indicator ଗୁଡିକ ହେଲା – ୪୪% ବିଦ୍ୟାଳୟରେ ବିଦ୍ୟୁତ ଯୋଗାଇବା, ୧୦୦% ବିଦ୍ୟାଳୟରେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା, ୧୦୦% ବିଦ୍ୟାଳୟରେ ବାଳକ ଓ ବାଳିକା ନିମନ୍ତେ ଶୌଚାଳୟ ଯୋଗାଇବା ଇତ୍ୟାଦି । ଆଗାମୀ ଜୁଲାଇ ୨୦୧୯ ସୁଦ୍ଧା ଏହି Indicatorକୁ ହାସଲ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏତଦବ୍ୟତୀତ ସବୁ ପିଲାମାନଙ୍କୁ କିପରି ଉଜ୍ଜ୍ୱଳ ଉତଥାନ ଦହି ଯୋଗାଇ ଦିଆଯିବ । ମାଟ୍ରିକରେ ଫେଲ ହୋଇଥିବା ୪୦୦୦ ପିଲାଙ୍କୁ Remedial Coaching ଯୋଗାଇଦେବା ଏବଂ ଏହି ୪୦୦୦ ପିଲା ଯେପରି ମାଟ୍ରିକ ପାସ କରିବେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଶେଷରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରାୟ ୩୦ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏଥିରେ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା ଢେଙ୍କାନାଳର କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ‘ସାଥ’ କାର୍ଯ୍ୟକ୍ରମର ଅଧିକାରୀ ସଂଘମିତ୍ରା ତ୍ରିପାଠୀ ଏବଂ ପ୍ରଫୁଲ୍ଲ ପରଖ ଯୋଗଦାନ କରି ‘ସାଥ’ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି