ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ନାମାନୁଯାୟୀ ପ୍ରତି ମାସ ପରି ଚଳିତ ମାସ ମଧ୍ୟ ତଥା ଜୁନ୨୧ ତାରିଖରେ ”ସାଥ” କାର୍ଯ୍ୟକ୍ରମର ସମୀକ୍ଷା ଜିଲ୍ଲାପାଳ ନିଖୀଲି ପବନ କଲ୍ୟାଣଙ୍କ ଦ୍ୱାରା ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ”ସାଥ”ର ରାଜ୍ୟ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୨ଗୋଟି ବିଦ୍ୟାଳୟର ଉନ୍ନତି ପାଇଁ ପାରାମିଟର ପ୍ରସ୍ତୁତ କରାଯାଇଥିବା ବେଳେ ତଥା ଉପଯୁକ୍ତ ପାନୀୟଜଳ, ବିଦ୍ୟୁତ ଯୋଗାଣ, ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ପାଇଖାନା ବ୍ୟବସ୍ଥା ଓ ଶିକ୍ଷା କ୍ଷେତ୍ରରେ ଜିଲ୍ଲାକୁ ରାଜ୍ୟରେ ଅଗ୍ରଣୀ ଜିଲ୍ଲା ହିସାବରେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ”ସାଥ” କାର୍ଯ୍ୟକ୍ରମ ବ୍ୟତୀତ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରୀକ୍ଷା, ପୋଷାକ ବିତରଣ, ବିଦ୍ୟାଳୟ ମିଶ୍ରଣ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସମଗ୍ର ଶିକ୍ଷା ସଭାଗୃହରେ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ, ସମଗ୍ର ଶିକ୍ଷା କର୍ମକର୍ତ୍ତାମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶନାମା ଦେଇ ଉପଯୁକ୍ତ ସମୟରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି