

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗୁମା ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗଙ୍କ ମୃତ୍ୟୁ ପରେ, ଗୁମା ବ୍ଲକ ଉପାଧ୍ୟକ୍ଷ ଗିତାଞ୍ଜଳି ଭୂୟାଁ ଗୁମା ବ୍ଲକ ଅଧ୍ୟକ୍ଷ ଭାବେ ଗଜପତି ଜିଲାପାଳଙ୍କ ଅନୁମଦନରେ ଦାଇତ୍ଵ ଗ୍ରହଣ କରିଛନ୍ତି । ଦାଇତ୍ଵ ଗ୍ରହଣ କରିବା ପରେ ବ୍ଲକ ଅଧ୍ୟକ୍ଷ ଗିତାଞ୍ଜଳି ଭୂୟାଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇ କହିଛନ୍ତି ଯେ, କିଭଳି ଗୁମା ବ୍ଲକର ଉର୍ଣ୍ଣତମୂଳକ କାର୍ଯ୍ୟ ହେବ ସେଥିପ୍ରତି ମୁଖ୍ୟତ ଦୃଷ୍ଟି ଦେବି । ଏହି ଦାଇତ୍ଵ ଗ୍ରହଣ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ପୌରପରିସଦ ପୂର୍ବତନ ଉପାଧ୍ୟକ୍ଷ ସଂଜୟ କୁମାର ଅଧିକାରୀ, ପୂର୍ବତନ ଗୁମା ବ୍ଲକ ଉପାଧ୍ୟକ୍ଷ ବେର୍ନିକ ଗମାଙ୍ଗ, ସେବାଦଲ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା, ବ୍ଲକ ଉର୍ଣ୍ଣୟନ ଅଧିକାରୀ ନଟବର ଗରଡ଼, ଭାରପ୍ରାପ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୁରସିଂହ ନାଥ ମିଶ୍ର, ସହ ଗୁମା ବ୍ଲକ ସମସ୍ତ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।