

ରାୟଗଡ଼ା (ସମୃଦ୍ଧ ଓଡିଶା) କେରଳ ରାଜ୍ୟରେ ଫଶି ରହିଥିବା ଓଡ଼ିଆ ପ୍ରବାସୀ ଏକ ମିନି ବସ୍ ଯୋଗେ କଳାହାଣ୍ଡି ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ରାୟଗଡ଼ା ନିକଟସ୍ଥ ଗୁମ୍ମା ଘାଟିରେ ବସଟି ଦୁର୍ଘଟଣା ଗସ୍ତ ହୋଇଛି । ରାୟଗଡ଼ା ଥାନା ଅନ୍ତର୍ଗତ ଗୁମ୍ମା ଘାଟିରେ ଭାରସାମ୍ୟ ହରାଇ ଗାଡ଼ିଟି ଗାର୍ଡୱାଲକୁ ଧକ୍କା ଦେଇଛି । ଫଳରେ ଚାଳକ ସମେତ ୯ଜଣ ଆହାତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଯାଇଛି । ଚାରିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସାଳୟରେ ରଖାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲାର ୯ଜଣ ପ୍ରବାସୀ କେରଳ ରାଜ୍ୟର ବିଭିନ୍ନ କମ୍ପାନୀରେ ଶ୍ରମିକ ରୂପେ କାର୍ଯ୍ୟ କରିବାକୁ ଯାଇ ସେଠାରେ ଫସି ରହିଥିଲେ । ଦୀର୍ଘ ଦେଢ଼ମାସରୁ ଊର୍ଦ୍ଧ୍ବ ତାଲାବନ୍ଦ ଯୋଗୁଁ ସେଠାରେ ଭୋକ ଉପବାସରେ ରହିବା ପରେ ସାମାନ୍ୟ ନିୟମ କୋହଳ ହେଲା ପରେ ଉକ୍ତ ପ୍ରବାସୀ ମିନି ବସ୍ ଯୋଗେ ନିଜ ଜିଲ୍ଲା କଳାହାଣ୍ଡି ଅଭିମୁଖେ ଫେରୁଥିଲେ । ଆଜି ରାୟଗଡ଼ାରେ ଏମାନେ ପହଞ୍ଚିବା ପରେ କାଶୀପୁର ହୋଇ କଳାହାଣ୍ଡି ଫେରୁଥିଲେ । ତେବେ ଗୁମ୍ମା ଘାଟିରେ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇ ଗାଡ଼ିଟିକୁ ପାର୍ଶ୍ବ ଗାର୍ଡ ୱାଲରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚାଳକଙ୍କ ସମେତ ୯ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି । ଉକ୍ତ ଘଟଣାରେ ପାଞ୍ଚ ଆହାତଙ୍କ ପ୍ରାଥମିକ ଚିକିତ୍ସା ପରେ ଛଡ଼ାଯାଇଥିବା ବେଳେ ଚାରି ଗୁରୁତରକୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସଚନା ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
