ଗୁମ୍ମା ବ୍ଲକ ପାଷ୍ଟର କନ୍ଫରେନ୍ସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ବେଥାନି ବଙ୍ଗଳା ସଉରା ବାପଟିଷ୍ଟ୍ ଚର୍ଚ୍ଚ ମଣ୍ଡଳୀ ସମ୍ମିଳନୀ ମୁଖ୍ୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ପାଷ୍ଟର କନ୍ଫରେନ୍ସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ । ଏହି ଅବସରରେ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ପାଇଁ ବିଧାୟକ ଙ୍କ ସହଯୋଗ ଲୋଡିଥିଲେ। ବିଧାୟକ ମଧ୍ୟ ସମସ୍ତ ସମସ୍ୟା ଯଥାଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ତତ୍ ପରେ ଭୂବନୀ ଗ୍ରାମ ପଞ୍ଚାୟତ ର ଅମେଇସିଂ, ପାପଡ଼ା, ତୁବରଡା, ତରବା, କିତୁମ୍ବା ଇତ୍ୟାଦି ଅଞ୍ଚଳ ବାସୀଙ୍କ ନିକଟରେ ପହଂଚି ଥିଲେ ପାରଳା ବିଧାୟକ। ଅଞ୍ଚଳ ବାସୀ ବିଧାୟକ ଙ୍କୁ ଅଦ୍ଭୁତ ପୂର୍ବ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପାରମ୍ପରିକ ବାଦ୍ୟ, ସଙ୍ଗୀତ,ପରମ୍ପରା ଓ ନୃତ୍ୟ ର ତାଳେ ତାଳେ ଏକ କିଲୋମିଟର ଶହ ଶହ ଆଦିବାସୀ ଖ୍ରୀଷ୍ଟିଆନ୍ ଭାଇ ଭଉଣୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ ଓ ପାନୀୟ ଜଳର ସମସ୍ୟା ସମାଧାନ ପାଇଁ ଜନସାଧାରଣ ବିଧାୟକ ମହାଶୟଙ୍କ ନିକଟରେ ଜଣାଇଥିଲେ। ବିଧାୟକ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ଉପସ୍ଥିତ ଜନସାଧାରଣ ମାନଙ୍କୁ ପ୍ରତିଶୃତି ଦେଇ ଥିଲେ।

ରିପୋର୍ଟ :କୃଷ୍ଣ କୁମାର ବେହେରା 

Leave a Reply

Your email address will not be published. Required fields are marked *