ଗୁମ୍ମା ବ୍ଲକରେ ବିଜେଡିର ପ୍ରତିବାଦ : ଯୋଗ ଦେଲେ ପାରଳା ବିଧାୟକ

ଗୁମ୍ମା(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମାରେ ବିଜେପିର ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୁମ୍ମା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାଇକ ସାହି ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଗୁମ୍ମା ବ୍ଲକ ପର୍ୟ୍ୟନ୍ତ ପହଞ୍ଚିଥିଲା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ ତଥା ଭିନ୍ନକ୍ଷମ, ବିଧବା, ନିରାଶ୍ରୟ, ବୟସ୍କ ହିତାଧିକାରୀ ମାନଙ୍କୁ 3000 ଭତ୍ତା ଦେବା ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ, ଲାଭ ଯୋଜନାରେ ବଜେଟ୍ ରେ 35% ହ୍ରାସ କରି ଆଦିବାସୀ ମାନଙ୍କ ବିରୁଦ୍ଧରେ ଯିବା ,ଓଡିଆ ଅସ୍ମିତା କଥା କହୁଥିବା ଦଳ ଓଡିଆ ପୁଅ ଝାଡ଼ଖଣ୍ଡ ରାଜ୍ୟର ଜଣେ ଲୋକ ଠାରୁ ମାଡ ଖାଇଲେ ଚୁପ୍ ରହିବା, 300 ୟୁନିଟ୍ ବିଦ୍ୟୁତ୍ ବିଲ୍ ଛାଡ ପ୍ରତିଶୃତି ପାଳନ ନ କରୁଥିବା ବିଷୟରେ ଜନସାଧାରଣ ମାନଙ୍କୁ ସଚେତନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଉପାଧ୍ୟକ୍ଷ ଶ୍ରୀନିବାସ ରାଓ, ବ୍ଲକ୍ ବିଜେଡି ସଭାପତି ଅଗଷ୍ଟସ୍ ଗମାଙ୍ଗ, ଯୁବ ସଭାପତି ନୀରୋଜ ଷଡ଼ଙ୍ଗୀ, ମସୁଳନ ରଇତ, ପ୍ରୀତମ୍ ପାଲ୍, ଅଜୟ ବଡ଼ ନାୟକ, ଅକ୍ଲାନ୍ତ ଲିମ୍ମା ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ, ୱାର୍ଡ ମେମ୍ବର ତଥା ବିଜୁ ଜନତା ଦଳର କର୍ମୀ ଗଣ ଯୋଗ ଦେଇ ଏହାକୁ ସଫଳ କରିବାକୁ ସହଯୋଗ କରିଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା