ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗୋଶାଣୀ ବ୍ଲକଅନ୍ତର୍ଗତ ଗୁରାଣ୍ଡି ଛକ ଠାରେ ପ୍ରଶାସନ କରୁଥିବା ଅନିୟମିତା ଓ ଏଆରଏସଏସ କରୁଥିବା କାମଗୁଡିକ ଅଧା ରଖୁଥିବା ପ୍ରତିବାଦକୁ ନେଇ ଧାରଣରେ ବସିଛନ୍ତି ଗୁରାଣ୍ଡି ନିକଟସ୍ଥ ବିଭିନ୍ନ ଗ୍ରାମର ଲୋକମାନେ । ସୂଚନା ଅନୁଯାୟୀ ଗୁରାଣ୍ଡି ରାସ୍ତା ଦେଇ ବିଭିନ୍ନ ରାସ୍ତାଗୁଡିକ ପୁରା ଖରାପ ହୋଇ ପଡିଛି ଆଉ କିଛି ରାସ୍ତା ଏଆରଆରଏସ କାମ ଅଧା କରି ଅନିଧିଷ୍ଟ ଦିନ ପର୍ଯ୍ୟନ୍ତ କାମ ନ କରିବା ଦ୍ଵାରା ପ୍ରତେକ ଦିନ ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି । ଏହି ରାସ୍ତା ରୋକରେ ତାଟିପେଟି ଗୁରାଣ୍ଡି, ଉପଲଡା ଓ ଭୁସକୁଡିର ଶତାଧିକ ଲୋକ ରାସ୍ତା ଉପରେ ବସିଥିବା ଜଣାପଡିଛି । ଏହିରାସ୍ତା ରୋକରେ ଗୁରାଣ୍ଡି ସରପଞ୍ଚ ଜଗନ୍ନାଥ ନାୟକ ସମିତି ମିନା ଶବର ପୂର୍ଣ୍ଣ ରାଉତ ପ୍ରତାପ ପାତ୍ର, ରବି ରଞ୍ଜନ ରାଉତ ଗୁରାଣ୍ଡି ୱାର୍ଡ ମେମ୍ବର୍ ପ୍ରମଦ ଜେନା ପ୍ରମୁଖ ରାସ୍ତ ରୋକରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଏହାର ସମାଧାନ ନକଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ରିପୋର୍ଟ : କୃଷ୍ଣ କୁମାର ବେହେରା