

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗରରେ ପ୍ରଶାସନ ତରଫରୁ ନିଆଯାଇଥିବା ସଟଡାଉନ ସମୟରେ ଯେତେବେଳେ ବ୍ରହ୍ମପୁର ସହର ଶୂନଶାନ । କିଏ ମଧ୍ୟ ଘର ବହାରକୁ ବାହାରି ନଥିବା ବେଳେ । ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ପାଖକୁ ଖବର ଆସିଲା ଯେ ଗୋଟିଏ ଷଣ୍ଡ ଗୁରୁତର ଆହତ ଅବସ୍ଥାରେ ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଗଣେଷ ନଗର ଅଞ୍ଚଳରେ ଅଛି । ସେ ତୁରନ୍ତ ପଶୁ ଚିକିତ୍ସାଳୟର ଦୃଷ୍ଟି ଆକର୍ଷଣ କରିଥିଲେ । କାଳ ବିଳମ୍ବ ନ କରି ପଶୁ ଡାକ୍ତର ସୌମିକ ସ୍ବାଇଁ ଏବଂ ତାଙ୍କରି ସହଯୋଗୀ ଶିବରାମ ରେଢୀ, ପାଣ୍ଡବ ବେହେରା ଘଟଣା ସ୍ଥଳରେ ପହଞ୍ଚି ଗୁରୁତ୍ଵର ଷଣ୍ଡଟିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବିରାଟକାୟ ପଶୁକୁ ନିୟନ୍ତ୍ରଣ କରିବା କଷ୍ଟକର ହେବାରୁ ଅଗ୍ନିଶମ ବିଭାଗ ଅଧିକାରୀ ସନାତନ ମହାପାତ୍ର ଏବଂ ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କୁ ଅବଗତ କରାଇବା ପରେ ଘଟଣାସ୍ଥଳରେ ଉଭୟ ବିଭାଗର କର୍ମଚାରୀ ପହଞ୍ଚି ଷଣ୍ଡକୁ ଆୟତ୍ତ କରିବା ସହ ଚିକିତ୍ସା କରାଯାଇଥିଲା । ଏପରି ଏକ ମହତ୍ କାର୍ଯ୍ୟ ସକାସେ ସ୍ଥାନୀୟ ଅଞ୍ଚଳ ଲୋକେ ସରକାରଙ୍କ ଏହି ତିନି ବିଭାଗ ସହ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, କାନୁ ସାହୁ, ସନ୍ଦିପ କୁମାର ସେଠୀ, ଶ୍ରୀକାନ୍ତ ନାୟକ, ବୃକ୍ଷ ପ୍ରେମୀ ଶିବରାମ ପାଣିଗ୍ରାହୀ, ସାମ୍ବାଦିକ ଅନିଲ କୁମାର ଚୌଧୁରୀ, ଆଇନଜୀବୀ ଅସିତ ସାବତ, ବୁଢୁ ପାଢୀ ପ୍ରମୁଖ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିବା ସହ ସାଧୁବାଦ୍ ଜଣାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା