ଜନ୍ମ ଓ ପିଲାଦିନ —-
ସ୍ୱାମୀ ଶ୍ରୀଆତ୍ମାନନ୍ଦଜୀ ମହାରାଜ ୧୯୫୧ ମସିହା ଜୁନ୍ ମାସ ୧୮ ତାରିଖ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ବ୍ଳକର ତ୍ରିଲୋଚନପୁର ଶାସନ ଗ୍ରାମରେ ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜନ୍ମଲାଭ କରିଥିଲେ । ସ୍ୱାମୀଜୀଙ୍କ ପୂର୍ବାଶ୍ରମର ନାମ ଥିଲା ନିରଞ୍ଜନ ଦେବ । ସ୍ୱାମୀଜୀଙ୍କର ପିଲାଦିନର ଅନେକ ସମୟ ଗୋସେଇଁ ଅଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଶ୍ରମରେ କଟିଥିଲା । ସ୍ୱାମୀଜୀ ନରସିଂହପୁର ଓ କଟକ ପ୍ୟାରିମୋହନ ଏକାଡେମୀରେ ଅଧ୍ୟୟନ କରି ହାଇସ୍କୁଲ ପାସ୍ କରିବା ପରେ କଟକର ପ୍ରସିଦ୍ଧ ରେଭେନ୍ସା କଲେଜ୍ରେ (ୟୁନିଭରସିଟି) ଅଧ୍ୟୟନ କରୁଥିବା ସମୟରେ କେନ୍ଦ୍ର ସରକାରଙ୍କର ଛାତ୍ରବୃତି ପାଇ ପଶ୍ଚିମବଙ୍ଗର ବୋଲପୁର ଠାରେ ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କର ଶାନ୍ତିନିକେତନରେ ଅର୍ଥନୀତିରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ତା ପରେ ସ୍ୱାମୀଜୀ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ୟୁନଭର୍ସିଟି ଯାଇଥିଲେ । ଦିଲ୍ଲୀରେ ଥିବା ସମୟରେ ଅର୍ଥନୀତିରେ ସ୍ନାତକୋତ୍ତର ଓ ମ୍ୟାନେଜ୍ମେ ଡିଗ୍ରୀ ହାସଲ କଲା ପରେ ସ୍ୱାମୀଜୀ ଅନେକ ଘରୋଇ ଉଦ୍ୟୋଗରେ କାର୍ଯ୍ୟରତ ଥିଲେ ।
କର୍ମଜୀବନ/ ସମାଜସେବା ————
କିଛି ବର୍ଷ ପ୍ରାଇଭେଟ୍ ସେକ୍ଟର୍ରେ କାମ କଲା ପରେ ନିଜର ବ୍ୟକ୍ତିଗତ ଜୀବନ ପାଇଁ ଅର୍ଥ ଉପାର୍ଜନ କରିବାକୁ ସ୍ୱାମୀଜୀ ଉଚିତ୍ ମନେକଲେ ନାହିଁ । ଗରିବ ଏବଂ ନିଷ୍ପେସିତ ବର୍ଗର ଲୋକଙ୍କ ଅର୍ଥନୈତିକ ଉନ୍ନତି ପାଇଁ କିଛି କରିବାକୁ ମନରେ ପ୍ରେରଣା ଆସିବାକୁ ସ୍ୱାମୀଜୀ ପ୍ରାଇଭେଟ୍ ସେକ୍ଟର୍ ଛାଡି ସମାଜସେବା କର୍ମରେ ଲାଗିଗଲେ । ଏହି ସମୟରେ ସେ ଓଡ଼ିଶା ଓ ମଧ୍ୟପ୍ରଦେଶ ଉପାନ୍ତବର୍ତ୍ତୀ ଅଞ୍ଚଳ, ଉତ୍ତରପ୍ରଦେଶ ମୀର୍ଜାପୁର ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ଏବଂ ରାଜସ୍ଥାନର ଆବୁରୋଡ ତହସିଲ୍ ଓ ଗୁଜୁରାଟର ଆମ୍ବାଜୀ ତହସିଲ୍ ମଧ୍ୟବର୍ତ୍ତୀ ଉପାନ୍ତ ଅଞ୍ଚଳରେ ଦରିଦ୍ର ଓ ଅତି ଦରିଦ୍ର ଆଦିବାସୀମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ସେହି ସମୟରେ ସ୍ୱାମୀଜୀ ଭାରତ ତଥା ପୃଥିବୀର ଅନେକ ଦେଶର ଅନେକ ବଦାନ୍ୟ ବ୍ୟକ୍ତି, ଦାର୍ଶନିକ ଓ ବିଦ୍ୱାନ୍ଙ୍କ ନିବିଡ ସମ୍ପର୍କରେ ଆସିଥିଲେ । ଅର୍ଥଶାସ୍ତ୍ର ଓ ମ୍ୟାନେଜ୍ମେଣ୍ଟରେ ଉଚ୍ଚତର ଶିକ୍ଷା ଲାଭ କରିଥିବାରୁ ସ୍ୱାମୀଜୀ ମ୍ୟାନେଜ୍ମେ କନ୍ସଲ୍ଟା ହିସାବରେ ଦେଶ ବିଦେଶର ଅନେକ କମ୍ପାନୀ ଓ ବିଶ୍ୱସ୍ତରୀୟ ଡୋନ୍ର୍ ଏଜେନ୍ସି ମାନଙ୍କ ପାଇଁ ମ୍ୟାନେଜ୍ମେଣ୍ଟ କନ୍ସଲ୍ଟାଣ୍ଟ ହିସାବରେ କାମ କରୁଥିଲେ ।
ଗୃହସ୍ଥାଶ୍ରମ ————
୧୯୭୭ ମସିହାରେ ସ୍ୱାମୀଜୀ ଗୃହସ୍ଥାଶ୍ରମରେ ପ୍ରବେଶ କଲେ । କିନ୍ତୁ ମାତ୍ର ୧୦ ବର୍ଷରୁ କମ୍ ସମୟ ଗୃହସ୍ଥ ଭାବରେ ରହି ଅନ୍ତରର ନିର୍ଦ୍ଦେଶ ଲାଭ କରି ୧୯୮୭ ମସିହାର ଗୃହତ୍ୟାଗ କଲେ । ୧୯୮୭ ମସିହାର ଶେଷ ଭାଗରେ ସ୍ୱାମୀଜୀ ବିଶ୍ୱବିଖ୍ୟାତ ଯୋଗୀ ତଥା ଭାବାତୀତ ଧ୍ୟାନର ପ୍ରବ ର୍କ ମହେଶ ଯୋଗୀଙ୍କର ଡାକରା ପାଇ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ଲୋବାଲ୍ ଗ୍ରୀନ୍ ରିଭୋଲ୍ୟୁସନ୍ ପ୍ରୋଜେକ୍ଟର ଗ୍ଲୋବାଲ୍ ଡାଇରେକ୍ଟର ପଦବୀରେ ଯୋଗ ଦେଲେ । ମହର୍ଷି ହେଭେନ୍ ଅନ୍ ଆର୍ଥ୍ କମ୍ପାନୀର ଫାଇନାନ୍ସ୍ ଡାଇରେକ୍ଟର ଥିବା ସମୟରେ ସ୍ୱାମୀଜୀ ଦକ୍ଷିଣ ଆମେରିକାର ବ୍ରାଜିଲ୍ ସରକାରଙ୍କ ସହ ମହର୍ଷି ଫାଉଣ୍ଡେସନ୍ ତରଫରୁ ଏକ ଅର୍ଥନୈତିକ ଚୁକ୍ତି ସ୍ୱାକ୍ଷର କରାଇ ବ୍ରାଜିଲ୍ ଦେଶର ବୈଦେଶିକ ଋଣ ପରିଶୋଧାନ ଉପାୟ ବାହାର କରିବାରେ ସଫଳ ହୋଇଥିଲେ । ଏହା ପରେ ସ୍ୱାମୀଜୀ ଆନ୍ତର୍ଜାତିକ ମହଲରେ ଜଣେ ଦକ୍ଷ ଅର୍ଥନୀତିବିତ୍ ଏବଂ କନ୍ସଲ୍ଟାଣ୍ଟ ଭାବେ ସୁନାମ ଅର୍ଜନ କରିଥିଲେ ।
ସାଧନା ଜୀବନ
୧୯୯୧ ମସିହାର ମହର୍ଷିଙ୍କ ଆଶୀର୍ବାଦ ନେଇ ସ୍ୱାମୀଜୀ ମହର୍ଷି ଆନ୍ଦୋଳନରୁ ବିଦାୟ ନେଲେ ଓ ନିଜର ଆଧ୍ୟାତ୍ମିକ ସାଧନାରେ ମନୋନିବେଶ କରି ସମଗ୍ର ଭାରତ ପରିକ୍ରମା କଲେ । ସ୍ୱାମୀଜୀ ପିଲାଦିନରୁ ସଦ୍ଗୁରୁ ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀଙ୍କ କୃପା ଲାଭ କରି ଛାତ୍ରାବସ୍ଥାରୁ ଯୋଗସାଧାନ କରୁଥିଲେ ଓ ଅନେକ ଯୋଗସିଦ୍ଧି ଲାଭ କରିଥିଲେ ମଧ୍ୟ ବାହ୍ୟଜଗତକୁ ଏସବୁ କିଛି ସୂଚନା ଦେଉ ନଥିଲେ । ଭାରତ ପରିକ୍ରମା କରିବା ସମୟରେ ଅନେକ ସିଦ୍ଧକ୍ଷେତ୍ର, ତୀର୍ଥସ୍ଥାନ ଓ ଧର୍ମସ୍ଥଳରେ ରହି ଯୋଗସିଦ୍ଧିର ବିଭିନ୍ନ ଅବସ୍ଥା ଅତିକ୍ରମ କରିଥିଲେ । କିନ୍ତୁ କୌଣସିଥିରେ ସ୍ୱାମୀଜୀଙ୍କର ପୂର୍ଣ୍ଣତା ଆସିବା ସେ ଅନୁଭବ କରିପାରିଲେ ନାହିଁ ।
ସବିକଳ୍ପ ସମାଧ ——-
ଭାରତ ବହୁ ପ୍ରାନ୍ତର ବୁଲି ବୁଲି ଶେଷରେ ସେ ପଣ୍ଡିଚେରୀର ଶ୍ରୀମାନ ଶ୍ରୀଅରବିନ୍ଦଙ୍କ ଆଶ୍ରମରେ ପହଞ୍ଚିଲେ । ପଣ୍ଡିଚେରୀରେ ଥିବା ଅବସ୍ଥାରେ ସ୍ୱାମୀଜୀ ପ୍ରଥମେ ସବିକଳ୍ପ ସମାଧିର ଅନୁଭବ ଲାଭ କଲେ । ପଣ୍ଡିଚେରୀର ପ୍ରସିଦ୍ଧ ସାଧକ ବାବାଜୀ ମହାରାଜ ସ୍ୱାମୀଜୀଙ୍କ ଯୋଗସିଦ୍ଧି ବିଷୟରେ ଜାଣିବା ପରେ ସ୍ୱାମୀଜୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରି ଦେଲେ । ପଣ୍ଡିଚେରୀରେ ସାଧନା ସମାପ୍ତ ହୋଇଛି ବୋଲି ସ୍ୱାମୀଜୀ ଅନୁଭବ କଲେ ଓ ମହାମାୟାଙ୍କ ଠାରୁ ନିର୍ଦ୍ଦେଶ ପାଇ ତାମିଲନାଡୁର ତିରୁବନ୍ନମଲାଇସ୍ଥିତ ପ୍ରସିଦ୍ଧ ଅରୁଣାଞ୍ଚଳମ ପାହାଡ଼ରେ ପାଦ ଦେଶରେ ପହଞ୍ଚିଲେ ।
ନିର୍ବିକଳ୍ପ ସମାଧି ———–
ସେତେବେଳ ତିରୁବନ୍ନମଲାଇ ଭାରତର ଏକ ପ୍ରସିଦ୍ଧ ସିଦ୍ଧିକ୍ଷେତ୍ର ବୋଲି ପରିଚିତ ହୋଇ ସାରିଥିଲେ । ଭାରତ ତଥା ପୃଥିବୀର ଅନେକ ପ୍ରାନ୍ତରରୁ ବିଭିନ୍ନ ଯୋଗୀ, ଋଷି, ମହାତ୍ମା ଏବଂ ସିଦ୍ଧମାନେ ତିରୁବନ୍ନମଲାଇ ଆସୁଥିଲେ । ଅରୁଣାଞ୍ଚଳମ୍ ପାହାଡରେ ଥିବା ଅନେକ ଗୁମ୍ଫାରୁ ଗୋଟିଏ ଗୁମ୍ଫାରେ ପ୍ରବେଶ କରି ସ୍ୱାମୀଜୀ ସାଧନାର ଅନ୍ତିମ ଅବସ୍ଥା ନିର୍ବିକଳ୍ପ ସମାଧି ପାଇଁ ଅପେକ୍ଷା କରି ରହିଲେ । ସ୍ୱାମୀଜୀଙ୍କର ଯୋଗସାଧନା ତୀବ୍ରରୁ ତୀବ୍ରତର ହେଲା । ପରିଶେଷରେ ୧୯୯୩ ମସିହା ଗୁରୁପୂର୍ଣ୍ଣିମାର ଜ୍ୟୋସ୍ନାସ୍ନାତ ରଜନୀରେ ସ୍ୱାମୀଜୀ ନିର୍ବିକଳ୍ପ ସମାଧି ଅବସ୍ଥା ଲାଭ କଲେ । ନିର୍ବିକଳ୍ପ ଭୂମିରୁ ଫେରିଆସିଲା । ପରେ ସେ ଅନେକ ଦିନ ଧରି ମୌନ ରହୁଥିଲେ । ସେତେବଳେ ସ୍ୱାମୀଜୀଙ୍କୁ କେହି ଜାଣି ନଥିଲେ କାରଣ ସେ କିଛି କଥାବାର୍ତ୍ତା କରୁ ନ ଥିଲେ । ଧୀରେ ଧୀରେ ତାଙ୍କ ପାଖକୁ ଅନେକ ଲୋକ ଆସିବାକୁ ଆରମ୍ଭ କଲେ । ସ୍ୱାମୀଜୀଙ୍କ ପାଖରେ କିଛି ସମୟ ବସିବା ପରେ ସମସ୍ତେ ମନରେ ଶାନ୍ତି ଓ ପ୍ରାଣରେ ଆନନ୍ଦ ଅନୁଭବ କରୁଥିଲେ । ସାଧକମାନେ ଅନେକ ପ୍ରଶ୍ନ ପଚାରୁ ଥିଲେ ମଧ୍ୟ ସ୍ୱାମୀଜୀ କୌଣସି ପ୍ରଶ୍ନର ଉତ୍ତର ନ ଦେଇ କେବଳ ନୀରବରେ ପ୍ରଶ୍ନକରଙ୍କୁ ଚାହୁଁଥିଲେ । ଏହି ଅବସ୍ଥାରେ ବାରମ୍ବାର ସେ ସମାଧିସ୍ଥ ହୋଇ ପଡୁଥିଲେ । ସ୍ୱାମୀଜୀଙ୍କର ସେହି ନୀରବତା ଭିତରୁ ହିଁ ସାଧକମାନେ ତାଙ୍କ ପ୍ରଶ୍ନର ଉତ୍ତର ପାଇ ପାରୁଥିଲେ ।
ଗୁରୁଭାଇ ବହନ ଓ ବିଦେଶ ଯାତ୍ରା ———–
ବିଧିର ବିଧାନ ଅନୁସାରେ ସ୍ୱାମୀଜୀଙ୍କ ପାଖରୁ ବିଦେଶରୁ ଏପରି ଏକ ଯୋଗୀ ଆସି ପହଞ୍ଚିଲେ ଯିଏ ସ୍ୱାମୀଜୀଙ୍କୁ ଏଇ ନୀରବତା ଭିତରୁ ଉଠାଇ ଆଣିବାକୁ ସକ୍ଷମ ହୋଇଥିଲେ । ସେ ଥିଲେ ପ୍ୟାଟି ମାର୍ସଲ୍ ନାମକ ଜଣେ ମହାୟସୀ ଯିଏ ନିଜେ ଥିଲେ ଜଣେ ପ୍ରସିଦ୍ଧ ଯୋଗୀ । ସେ ସ୍ୱାମୀଜୀଙ୍କୁ ଗୁରୁ ଭାବରେ ଗ୍ରହଣ କଲେ ଓ ଆମେରିକା ଆସିବା ପାଇଁ ନିବେଦନ କଲେ । ତାଙ୍କରି ନିବେଦନ ରକ୍ଷା କରି ସ୍ୱାମୀଜୀ ୧୯୯୫ ମସିହାର ଆମେରିକା ଯାତ୍ରାକଲେ । ତାପରେ ସବୁକିଛି ବଦଳି ଗଲା । ଆମେରିକାର ନେଭେଡା ରାଜ୍ୟର ରାଜଧାନୀ କାର୍ସନ୍ ସିଟିର ଉପକଣ୍ଠରେ ଥିବା ସିଲ୍ଭର୍ ସିଟିରେ ସ୍ୱାମୀଜୀଙ୍କର ପ୍ରଥମ ଆଶ୍ରମ ପ୍ରତିଷ୍ଠା ହେଲା । ଯେଉଁଠାରେ ଆଶ୍ରମ ପ୍ରତିଷ୍ଠା ହେଲା ତାହା ହେଉଛି ସୁନା ଓ ରୂପା ଧାତୁ ପୂର୍ଣ୍ଣ ଏକ ବଡ ପାହାଡ । ସେହି ପାହାଡକୁ କୁହାଯାଏ ଗୋଲ୍ଡ ହିଲ୍ । ଗୋଲ୍ଡ ହିଲ୍ ଆକ୍ଷରିକ ଅର୍ଥ ସୁନାର ପାହାଡ । ସମୁଦ୍ର ପନରୁ ୬୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ସିଲ୍ଭର୍ ସିଟି ହେଉଚି ଟାଙ୍ଗରା ପାହାଡ ପରିପୂର୍ଣ୍ଣ ଏକ ଛୋଟ ସହର । ୧୮୦୦ ଶତାଦ୍ଦୀରୁ ସିଲ୍ଭର୍ ସିଟି ପୃଥିବୀର ଖଣିଜ ସମ୍ପଦ ମାନଚିତ୍ରରେ ସୁନା ଓ ରୂପାର ସହର ଭାବରେ ପରିଚିତ । ଆମେରିକାର ସେହି ପାହାଡ ଉପରେ ସ୍ୱାମୀଜୀଙ୍କର ଶିଷ୍ୟା ପ୍ୟାଟି ମାର୍ସଲ ନିର୍ମାଣ କଲେ ଗୁରୁଙ୍କ ପାଇଁ ପ୍ରଥମ ଗୁରୁକୁଟୀ । ଗୁରୁକୁଟୀରରେ ସ୍ୱାମୀଜୀ ରହୁଥିବାବେଳେ ଅନେକ ସାଧକ ସ୍ୱାମୀଜୀଙ୍କ ଯୋଗଶକ୍ତି ଦ୍ୱାରା ଆକର୍ଷିତ ହୋଇ ଆସୁଥିଲେ ।
ସ୍ୱାମୀଜୀଙ୍କ ସାଧନା ଓ ଦର୍ଶନ ———-
ସ୍ୱାମୀଜୀଙ୍କର କଡା ନିର୍ଦ୍ଦେଶ ଥିଲା ଶିଷ୍ୟମାନେ ତାଙ୍କ ବିଷୟରେ ଅନ୍ୟକୁ କିଛି ନକୁହନ୍ତୁ । କୌଣସି ପ୍ରକାରର ବିଜ୍ଞାପନ, ପୋଷ୍ଟର୍ ବା ପ୍ରଚାର ମାଧ୍ୟମରେ ଗୁରୁଙ୍କ ବିଷୟରେ ଅନ୍ୟକୁ ଅବଗତ କରାଇବାର ସେ ବିରୋଧୀ ଥିଲେ । ସ୍ୱାମୀଜୀ କହିନ୍ତି- “ ମହୁମାଛି ଖୋଜିବା ଦରକାର ନାହିଁ, ରାଣୀ ମହମାଛି ଯେଉଁଠାରେ ଥିବା ସବୁ ମହୁମାଛି ସେଠାକୁ ଆପେ ଆପେ ଆସିବେ ।” ତାହାହିଁ ହେଲା । ଜଣେ ପରେ ଜଣେ ସାଧକ ସ୍ୱାମୀଜୀଙ୍କ ପାଖକୁ ଆସିବାକୁ ଲାଗିଲେ । ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ, ସ୍ୱାମୀଜୀଙ୍କ ପାଖକୁ ସାଧନାର ମାର୍ଗଦର୍ଶନ ପାଇଁ ଯେଉଁମାନେ ଆସୁଥିଲେ ସେମାନଙ୍କ ଭିତରୁ ଶତକଡା ୯୦ ଭାଗ ଥିଲେ ୟୁନିଭର୍ସିଟିର ପ୍ରଫେସର୍, ଗବେଷକ, ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର୍ ବା ଆମେରିକା ପାର୍ଲାମେ ର ସଭ୍ୟ । ଏହା ଆମେରିକାର ଆଧ୍ୟାତ୍ମିକ ଇତିହାସରେ ଏକ ବିରଳ ଘଟଣା । ଏ ବିଷୟରେ ସ୍ୱାମୀଜୀଙ୍କୁ ପଚାରିଲେ ସେ କହିଲେ ‘ମୁଁ ଜାଣେ ନାହିଁ କାହିଁକି ସେମାନେ ଆସୁଥିଲେ । ମୁଁ କେବଳ ଏତିକି ଜାଣେ ଯେ, ପ୍ରତ୍ୟେକଙ୍କ ଭିତରେ ମୁଁ ଦେଖୁଥିଲି ସାଧନାର ସେହି ସ୍ଫୁଲିଙ୍ଗ, ଯାହା ତାଙ୍କ ଭିତରେ ଅପେକ୍ଷା କରି ରହିଥିଲା ଅଗ୍ନିର ଏକ ଝଲକ ପାଇବା ପାଇଁ । ୧୯୯୫ ମସିହାରୁ ଆଜି ପର୍ଯ୍ୟନ୍ତ ସ୍ୱାମୀଜୀଙ୍କର ମାର୍ଗଦର୍ଶକ ଲାଭ କରି ଅନେକ ସାଧକ ଗୁରୁ ରୂପେ ପ୍ରତିଷ୍ଠିତ ହୋଇ ସାରିଲେଣି ।
ସ୍ୱାମୀଜୀଙ୍କ ଯୋଗ ମାର୍ଗ —-
ସ୍ୱାମୀଜୀଙ୍କ ପ୍ରଦର୍ଶିତ ଯୋଗ ମାର୍ଗ ହେଉଛି ଜ୍ଞାନ ଯୋଗ । ସ୍ୱାମୀଜୀ ବେଦ, ଉପନିଷଦ, ବ୍ରହ୍ମସୂତ୍ର, ଭକ୍ତିସୂତ୍ର, ମୀମାଂସା ଶାସ୍ତ୍ର, ଷଡଦର୍ଶନ, ଶ୍ରୀମଦ୍ଭଗବଦ୍ଗୀତା, ଭାଗବତ ମହାପୁରାଣ, ରାମାୟଣ, ମହାଭାରତ ଆଦି ସବୁ ଶାସ୍ତ୍ରରେ ତାଙ୍କର ବିଚାର ଓ ବିଶ୍ଲେଷଣ ରଖିଥିଲେ ମଧ୍ୟ ଶ୍ରୀମଦ୍ଭଗବଦ୍ଗୀତାରେ ଭଗବାନ ଶ୍ରୀକୃଷ୍ଣ ଦେଖାଇଥିବା ଯୋଗ ହିଁ ସନାତନ ଯୋଗମାର୍ଗ ବୋଲି ସ୍ୱାମୀଜୀଙ୍କର ଉପଲବ୍ଧି ହୋଇଛି । ତେଣୁ ସ୍ୱାମୀଜୀ ଏହି ଯୋଗର ସାଧନା ରହସ୍ୟ ଉଦ୍ଘାଟନ କରି ଶିଷ୍ୟ, ଭକ୍ତମାନଙ୍କୁ ଏହି ଯୋଗରେ ସାଧନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୨ ମସିହାର ଆମେରିକାର ଲସ୍ଆଞ୍ଜେଲ୍ସ୍ ନଗରରେ ଏକାଦିକ୍ରମରେ ୬ ମାସ ଧରି ସ୍ୱାମୀଜୀ ଗୀତାଯୋଗ ଉପରେ ପ୍ରଶିକ୍ଷଣ ଦେଇଥିଲେ । ସେହି ପ୍ରଶିକ୍ଷଣ ଶିବିରରେ ଆମେରିକାର ବିଭିନ୍ନ ପ୍ରାନ୍ତରରୁ ଅନେକ ଜ୍ଞାନୀ, ଯୋଗୀ, ଭକ୍ତ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ତଥା ବୈଜ୍ଞାନିକମାନେ ଯୋଗ ଦେଇଥିଲେ । ସ୍ୱାମୀଜୀଙ୍କ ଦ୍ୱାରା ପ୍ରଦ ସେହି ଯୋଗୁଁ ତ ଏବେ ପୃଥିବୀର ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ହଜାର ହଜାର ଯୋଗୀଙ୍କୁ ଗୀତାଯୋଗର ମାର୍ଗଦର୍ଶନ ଦେଉଛି ।
ସ୍ୱାମୀଜୀଙ୍କ ରଚନାବଳୀ ——–
ସ୍ୱାମୀଜୀ ବେଦ, ପୂରାଣ, ଯୋଗଦର୍ଶନ, ବେଦାନ୍ତ ଦର୍ଶନ, ଉପନିଷେଦ, ବ୍ରହ୍ମସୂତ୍ର, ଭକ୍ତିସୂତ୍ର, ମୀମାଂସା ସୂତ୍ର, ଭାଗବତ ମହାପୂରାଣ, ରାମାୟଣ, ମହାଭାରତ, ଗୁରଗୀତା ଆଦି ଅନେକ ମୌଳିକ ଗ୍ରନ୍ଥ ଉପରେ ଗତ ୨୫ ବର୍ଷ ଧରି ହଜାର ହଜାର ଅଭିଭାଷଣ ଦେଇ ଆସିଛନ୍ତି । ତାଙ୍କ ଦ୍ୱାରା ଅନୁବାଦିତ ଶ୍ରୀମଦ୍ଭଗବଦ୍ଗୀତାର ଇଂରାଜୀ ସଂସ୍କରଣ ପୃଥିବୀ ପ୍ରସିଦ୍ଧ ଆମାଜନ୍ ୱେବ୍ସାଇଟ୍ରେ ସର୍ବୋତମ ବିକ୍ରି ହେଉଥିବା ଗୀତା । ବିଭିନ୍ନ ଶାସ୍ତ୍ର ଉପରେ ସ୍ୱାମୀଜୀଙ୍କ ଦ୍ୱାରା ପ୍ରଦ ଭାଷ୍ୟ ଓ ମୌଳିକ ବିଶ୍ଲେଷଣ ଯିଏ ନଶୁଣିଛି ସେ କେବେବି ଚିନ୍ତା କରିପାରିବ ନାହିଁ ସ୍ୱାମୀଜୀଙ୍କର ମାର୍ଗ ଅନ୍ୟ ମହାତ୍ମାମାନଙ୍କର ମାର୍ଗ ଠାରୁ କେତେ ଭିନ୍ନ ।
ଅନନ୍ୟ ଉପଲବ୍ଧି —-
ସ୍ୱାମୀଜୀ ଆତ୍ମସାକ୍ଷାତକାର, ଭଗବତ ଉପଲବ୍ଧି ବା ଜୀବନ୍ମୁକ୍ତି ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି ନାହିଁ । ସେ କହନ୍ତି ଜୀବ ମାତ୍ରେ ହିଁ ବ୍ରହ୍ମ । “ଜୀବ ବ୍ରହ୍ମୈତି କେବଳମ୍ ।” ନିରାକାର ବ୍ରହ୍ମ ପ୍ରକୃତିର ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଓ ବୈଭବକୁ ଅନୁଭବ କରିବା ପାଇଁ ସାକାର ଜୀବ ରୂ ରେ ପ୍ରକୃତି କୋଳକୁ ଓହ୍ଲାଇ ଆସିଛନ୍ତି । ତେଣୁ ସାକାର ଜୀବ ଯଦି ନିଜର ନିରାକାର ତେନାକୁ ଫେରି ପାଇବାକୁ ଚାହାଁନ୍ତି ତେବେ ଗୋଟିଏ ଜନ୍ମରେ, ଜୀବନର ଅଳ୍ପ କେତୋଟି ବର୍ଷରେ ନିଶ୍ଚିତ ରୂପେ ବ୍ରହ୍ମ ସାକ୍ଷାତକାର ଲାଭ କରି ବ୍ରହ୍ମାନୁଭୂତି ଅନୁଭବ କରି ବ୍ରହ୍ମ ଭାବରେ ପ୍ରତିଷ୍ଠିତ ହୋଇପାରିବେ । ଏହାହିଁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ଭଗବଦ୍ଗୀତାର ଦ୍ୱିତୀୟ ଅଧ୍ୟାୟ ଶେଷ ଶ୍ଳୋକରେ କହିଛନ୍ତି-
ଏଷା ବ୍ରାହ୍ମୀସ୍ଥିତି ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି
ସ୍ଥିତ୍ୱା ସ୍ୟାମନ୍ତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି ।
ସ୍ୱାମୀଜୀ କହନ୍ତି “ଜୀବ ଯଦି ବହ୍ମ ଓ ବ୍ରହ୍ମ ଯଦି ଜୀବ ଓ ବ୍ରହ୍ମ ଯଦି ସ୍ୱଇଛାରେ ଜୀବ ହୋଇ ପାରୁଛନ୍ତି ତେବେ ଜୀବ ସ୍ୱଇଚ୍ଛାରେ ବ୍ରହ୍ମଭାବକୁ କାହିଁକି ଲାଭ କରିପାରିବ ନାହିଁ ? ବ୍ରହ୍ମ ସତ୍ୟ, ଜୀବ ସତ୍ୟ, ଜଗତ ବି ସତ୍ୟ । ଏ ତିନୋଟି ତତ୍ୱ ଭିନ୍ନ ମନେ ହେଲେ ହେଁ ଏ ତିନୋଟି ହେଉଛନ୍ତି ବାସ୍ତବରେ ଗୋଟିଏ ତତ୍ୱ । ସେହି ତତ୍ୱଟି ହେଉଛି ପରମ ସତ୍ୟ ବା ସତ୍ୟଚେତନା । ମହାସତ୍ୟଟି ହେଉଛ ବ୍ରହ୍ମ, ଆପେକ୍ଷିକ ସତ୍ୟ ହେଉଛି ଜୀବ ଓ ଏ ଦୁଇଟିକୁ ଯେଉଁ ସତ୍ୟଟି ଯୋଗ କରୁଛି ତାହା ହେଉଛି ଜଗତ । ତେଣୁ ବ୍ରହ୍ମ, ଜଗତ ଓ ଜୀବ ଏହି ତିନୋଟି ତତ୍ୱକୁ ଉପଲବ୍ଧି କରିପାରିଲେ ଜୀବ ଏହି ଜୀବନକାଳ ଭିତରେ ହିଁ ନିଜକୁ ବ୍ରହ୍ମ ଭାବରେ ପତିଷ୍ଠିତ କରାଇପାରିବ ।”
ପ୍ରତ୍ୟେକ ମନୁଷ୍ୟ ଭଗବାନଙ୍କ ସ୍ୱରୂପ —-
ସ୍ୱାମୀଜୀ କହନ୍ତି “ଭଗବତ୍ ଉପଲବ୍ଧି ହେଉଛି ପ୍ରତ୍ୟେକ ମନୁଷ୍ୟର ଜନ୍ମଗତ ଅଧିକାର । ଏହି ଅଧିକାରକୁ କେହି କାହା ଠାରୁ ଛଡାଇ ନେଇପାରିବେ ନାହିଁ । ଜୀବ ନିଜ ସ୍ୱରୂ ରେ ପ୍ରତିଷ୍ଠିତ ହେବା ହିଁ ହେଉଛି ବ୍ରାହ୍ମୀସ୍ଥିତ ।ି ତଦାଦ୍ରଷ୍ଟୁ ସ୍ୱରୂପେ ଅବସ୍ଥାନମ୍ (ପତଞ୍ଜଳି ଯୋଗଦର୍ଶନ) । ବ୍ରାହ୍ମୀସ୍ଥିତି ଅବସ୍ଥା ହାସଲ କରିବା ପାଇଁ ଜୀବକୁ କେବଳ ଗୋଟିଏ ମାତ୍ର କଥା କରିବାକୁ ପଡିବ । ତାହା ହେଉଛି ବ୍ରହ୍ମଭାବ ବା ସତ୍ୟଚେତନାରେ ପ୍ରତିଷ୍ଠିତ ହେବା ପାଇଁ ନିରବଚ୍ଛିନ୍ନ ଆସ୍ପୃହା । ଜୀବାତ୍ମା ଯଦି ନିରବଚ୍ଛିନ୍ନ ଭାବେ ଆସ୍ପୃହା କରିଚାଲନ୍ତି ତେବେ ନିଶ୍ଚୟ ଏଇ ଜୀବନରେ ପରମାୟୁ ଶେଷ ହେବା ପୂର୍ବରୁ ସେ ବ୍ରହ୍ମଭାବରେ ପ୍ରତିଷ୍ଠିତ ହୋଇଯିବେ । ଏହି ଭାବଟି ହୃଦୟରେ ଧରି ରଖିଲେ ପ୍ରକୃତି ମାତା ସବୁକିଛି ଉପାଦାନ ଯୋଗାଇ ଦେବେ ।” ସ୍ୱାମୀଜୀ କହନ୍ତି “ଯାହା ମୋ ଜୀବନରେ ହୋଇପାରିଛି ତାହା କୋଟି କୋଟି ମନୁଷ୍ୟଟି ଜୀବନରେ କାହିଁକି ହେବ ନାହିଁ ? ସାଧନାର ପଥ ମସୃଣ ନହୋଇ ପାରେ କିନ୍ତୁ ତାହା କେବେବି କ କିତ ନୁହେଁ, ଏହା ଅଙ୍କାବଙ୍କା ହୋଇପାରେ କିନ୍ତୁ ଏହା ଅସରନ୍ତି ନୁହେଁ । ଯୋଗ ସାଧନା କେବେବି ଯନ୍ତ୍ରଣାର ଅନୁଭବ ନୁହେଁ । ଯୋଗ ସାଧନା ହେଉଛି ଉଚ୍ଛାସ, ଉଲ୍ଲାସ ଓ ପ୍ରଶାନ୍ତିର ଅନୁଭବ । ପ୍ରତ୍ୟେକ ମନୁଷ୍ୟ ପାଇଁ ଯୋଗ ଏକାନ୍ତ ଆବଶ୍ୟକ । ଜୀବନକୁ ଯଦି ମଧୁମୟ କରିବାକୁ ହୁଏ, ଆନନ୍ଦମୟ କରିବାକୁ ହୁଏ ତେବେ ତୁମେ ପ୍ରଥମେ ଯୋଗୀ ହୁଅ ତା ପରେ ଦେଖିବ ସମସ୍ତ ଭୋଗ ତୁମ ପାଖକୁ ଅନାୟାସରେ ଆସୁଛି । ଏ ସୃଷ୍ଟି ହେଉଛି ତୁମ ନିଜର ଅଭିବ୍ୟକ୍ତି ।”
ଯୋଗ, ଯୋଗୀ ଓ ଯୋଗସିଦ୍ଧି ଉପରେ ସ୍ୱାମୀଜୀଙ୍କର ଏହି ନୂତନ ପରିଭାଷା, ନୂତନ ଦିଗ୍ଦର୍ଶନ ଦେଶ ବିଦେଶରେ ଅନେକଙ୍କୁ ହୃଦୟରେ ଶିହରଣ ସୃଷ୍ଟି କରିଛି, ନିରାଶା ପ୍ରାଣରେ ଆଶାର ସ।ର କରିଛି, ସାଧନାର ଅନ୍ଧକାର ରାତ୍ରିରେ ବିଦ୍ୟୁତ୍ର ଝଲକ ସୃଷ୍ଟି କରିଛି । ତେଣୁ ହଜାର ହଜାର ଉଚ୍ଚଶିକ୍ଷିତ ଯୁବକ, ବୈଜ୍ଞାନିକ, ଅଧ୍ୟାପକ, ଡାକ୍ତର, ଇଞ୍ଜିନିୟର, ବ୍ୟାଙ୍କର, ଶିଳ୍ପପତି, ସମସ୍ତେ ସ୍ୱାମୀଜୀଙ୍କ ଆଡକୁ ଆକର୍ଷିତ ହୋଇ ଆସୁଛନ୍ତି । ସ୍ୱାମୀଜୀ କହନ୍ତି“ ତୁମକୁ ମୋର କିଛି ଦେବାର ନାହିଁ କାରଣ ତୁମେ ସମସ୍ତେ ସବୁଥିରେ ପରିପୂର୍ଣ୍ଣ । ମୁଁ କେବଳ ତୁମକୁ ତୁମର ସ୍ୱରୂ ଚିହ୍ନାଇ ଦେବାକୁ ଆସିଛି । ତୁମେ ଓ ମୁଁ ଆମେ ତତ୍ୱତଃ ଅଭିନ୍ନ । ମୁଁ ଏ ହୁଏତ ଦଶ ଭରିର ଏକ ସୁନାହାର ଓ ତୁମେ ହୁଏତ ଗୋଟିଏ ଚିନାର ପଦକଟିଏ କିନ୍ତୁ ଆମେ ଉଭୟେ ହିଁ ସୁନା । ତୁମେ ତ ସୁନା, ତୁମେ ପି ଳ ହେବ କି ରି ? ମୁଁ ଯଦି ସ୍ୱର୍ଗ, ତୁମେ ନର୍କ ହେବ କି ରି ? ମୁଁ ଯଦି ଈଶ୍ୱରଙ୍କ ଅଭିବ୍ୟକ୍ତିର ମାଧ୍ୟମ ତୁମେ ସଇତାନର ମାଧ୍ୟମ ହେବ କି ରି ?”
ଜୀବ ବ୍ରହ୍ମୈତି କେବଳମ୍, ତତ୍ୱମସି, ଅହଂ ବ୍ରହ୍ମୋଽସ୍ମି ଏହିସବୁ ମହାବାକ୍ୟକୁ ଜୀବନରେ ଉପଲବ୍ଧି କରିଥିବା ମହାନ ସନ୍ଥ, ଦିଗ୍ଦର୍ଶକ, ସଦ୍ଗୁରୁ ସ୍ୱାମୀ ଶ୍ରୀଆତ୍ମାନନ୍ଦଜୀ ମହାରାଜଙ୍କ ସାନ୍ନିଧ୍ୟ ଯିଏ ଲାଭ କରିପାରିଛି ସିଏ ଜାଣିଛି ସାଧନା କେବଳ ଦର୍ଶନ, ଶାସ୍ତ୍ରର ବିଷୟ ନୁହେଁ । ଯୋଗ ଭୟ ଉଦ୍ରେକର ରହସ୍ୟ ନୁହେଁ । ଯୋଗ ଓ ଜୀବନ ହେଉଛନ୍ତି ପରସ୍ପରର ପରିପୂରକ । ସ୍ୱାମୀଜୀଙ୍କର ପ୍ରତ୍ୟେକ ମନୁଷ୍ୟ ପାଇଁ ଗୋଟିଏ ବାର୍ତ୍ତା ରହିଛି । ତାହା ହେଉଛି – “ହେ ମନୁଷ୍ୟ ! ତୁମେ ଏ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ । ତୁମ ଭିତରେ ଥିବା ସେହି ଐଶୀସ ।, ସେହି ଦିବ୍ୟ ଆଲୋକ, ସେହି ଜ୍ଞାନ, ସେହି ଦିବ୍ୟପ୍ରେମର ପ୍ରକାଶ ହେଉ । ତେବେ ଯାଇ ତୁମେ ଅନୁଭବ କରିପାରିବ ଏ ସୃଷ୍ଟି କେତେ ମାଧୁର୍ଯ୍ୟମୟ, ଐଶ୍ୱର୍ଯ୍ୟମୟ, ବୈଚିତ୍ର୍ୟମୟ! ସ୍ୱାମୀଜୀଙ୍କର କଥା ଶୁଣିଲେ ମନେହୁଏ ଯେପରି କି ଆମେ ଆଉ କେଉଁ ଏକ ନୂତନ ଗ୍ରହ ନକ୍ଷତ୍ରରେ ରହିଛେ । ସ୍ୱାମୀଜୀଙ୍କ ପାଖକୁ ଯେତେ ଲୋକ ଆସୁଛନ୍ତି ସମସ୍ତେ ସେହି ଗୋଟିଏ କଥା କହନ୍ତି ମୁଁ ଜାଣେନି, ମୁଁ କେଉଁଠାରେ ଥିଲି । ସ୍ୱାମୀଜୀଙ୍କ ପାଖରେ ବସିଥିଲା ବେଳେ ନା ତ ମୋ ମନରେ କିଛି ଚିନ୍ତା ଥିଲା, ନା ତ ପ୍ରାଣରେ କିଛି ଉଦ୍ବେଳନ ଥିଲା, ନା ତ ମୋର ଶରୀରବୋଧ ଥିଲା । ମୁଁ ଯେମିତି ନୀରବତାର ଅନନ୍ତ ଅଙ୍ଗନରେ ଉଡି ବୁଲୁଥିଲି ।
ସ୍ୱାମୀଜୀଙ୍କର କର୍ମ ———
ପୃଥିବୀ ଚେତନାରେ ବର୍ତ୍ତମାନ ଘଟୁଥିବା ସମସ୍ତ ଅସ୍ଥିରତା, ବିଶୃଙ୍ଖଳା, ହିଂସା, ଭୟ, ଉଦ୍ବେଗ, ଅଭାବ, ରୋଗ, ଶୋକ, ଦାରିଦ୍ର୍ୟ ଓ ପ୍ରକୃତି ଜଗତରେ ଘଟୁଥିବା ଦୁର୍ଭିକ୍ଷ, ବନ୍ୟା, ଭୂକମ୍ପ, ସୁନାମି, ପ୍ରଦୂଷଣ ଓ ଉ ପ୍ତିକରଣ ଆଦି ସକଳ ସମସ୍ୟା ପାଇଁ କୌଣସି ମନୁଷ୍ୟ ଦାୟୀ ନୁହେଁ । ଏସବୁ ସମସ୍ୟାର କାରଣ ମନୁଷ୍ୟର ବିଷୟାସକ୍ତି ନୁହେଁ, ଏସବୁର କାରଣ ରହିଛି ବିଶ୍ୱ ପ୍ରକୃତିକୁ ଧରି ରଖିଥିବା ପ ମହାଭୂତରେ । ପ ମହାଭୂତରେ ସନ୍ତୁଳନ ରହିଲେ ପୃଥିବୀ ବକ୍ଷରେ କୌଣସି ସମସ୍ୟା ରହିବ ନାହିଁ । କିନ୍ତୁ ପ ମହାଭୂତର ସଂହତି ଯଦି ନଷ୍ଟ ହୋଇଯାଏ ତେବେ ବ୍ୟକ୍ତି ଚେତନା, ଗୋଷ୍ଠୀ ଚେତନା, ସମାଜ ଚେତନା ଓ ବିଶ୍ୱ ଚେତନାରେ ବିଭ୍ରାଟ, ଅସଂହତି ଦେଖାଯିବା ଅବଶ୍ୟମ୍ଭାବୀ । ଯୁଗେ ଯୁଗେ ଏହାହିଁ ହୋଇ ଆସିଛି । ସତ୍ୟ ତ୍ରେତା, ଦ୍ୱାପର ଯୁଗରେ ଏହି ସଂହତି ରକ୍ଷା କରିବା ପାଇଁ ମୁନି, ଋଷିମାନେ, ରାଜର୍ଷି ମାନେ, ଚକ୍ରବ ର୍ୀ ସମ୍ରାଟମାନେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପ ମହାଭୂତକୁ ଧରି ରଖିଥିବା ମହାଶକ୍ତିକୁ ପୃଥିବୀପୃଷ୍ଠକୁ ଅବତରଣ କରାଇବା ପାଇଁ ଯଜ୍ଞ ସମ୍ପାଦନ କରୁଥିଲେ । ତେଣୁ ପୃଥିବୀରେ ନା ଥିଲା ଦରିଦ୍ର୍ୟ ନା ଥିଲା ଅକାଳ ମୃତ୍ୟୁ । ପୃଥିବୀମାତା ଶସ୍ୟଶ୍ୟାମଳା, ସୁଜଳା, ସୁଫଳା, ଓ ସ୍ୱୟଂପୂର୍ଣ୍ଣା ଥିଲା । ମନୁଷ୍ୟ ମନୁଷ୍ୟ ଭିତରେ ସ୍ନେହ, ଶ୍ରଦ୍ଧା, ବିଶ୍ୱାସ, ଦୟା, କ୍ଷମା କରୁଣା ଆଦି ଦୈବୀଗୁଣ ସଂଚରିତ ହେଉଥିଲା । ଏହାହିଁ ପୂରାଣ ବର୍ଣ୍ଣିତ ସତ୍ୟଯୁଗର ସମାଜ ଚିତ୍ର । ଏସବୁ ମୂଳରେ ରହିଥିଲା ଯଜ୍ଞ । କିନ୍ତୁ କଳିଯୁଗର ପା ହଜାର ବର୍ଷ ଭିତରେ କୌଣସି ଜାଗାରେ ବେଦବିହିତ ଯଜ୍ଞ ହେଉନାହିଁ । ପ ମହାଭୂତର ସନ୍ତୁଳନ ନଷ୍ଟ ହୋଇଯାଉଛି । ତେଣୁ ପୃଥିବୀ ସମସ୍ୟାବହୁଳ ହୋଇ ଯାଉଛି । ଏସବୁର ନିରାକରଣ ପାଇଁ ସ୍ୱାମୀଜୀ ବେଦର ଉଦ୍ଧାର ଓ ଯଜ୍ଞର ସଂସ୍କାର କର୍ମକୁ ତାଙ୍କର ସର୍ବୋ ମ କର୍ମ ବୋଲି ବାଛି ନେଇଛନ୍ତି । ଏହି ତତ୍ୱକୁ ସର୍ବସାଧାରଣ ବୁଝିପାରିବା ପାଇଁ ସ୍ୱାମୀଜୀ ୨୦୧୭ ମସିହାରେ କଳିଯୁଗର ପ୍ରଥମ ରାଜସୂୟ ଚତୁର୍ବେଦ ଯଜ୍ଞ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସମ୍ପନ୍ନ କରାଇ ଥିଲେ । ସ୍ୱାମୀଜୀ କହନ୍ତି କଳିର ପ୍ରତିରୋଧ କରିବା ପାଇଁ ଯଜ୍ଞ ହିଁ ହେଉଛି ଏକମାତ୍ର ଅବଲମ୍ବନ । ଯଜ୍ଞ ଦ୍ୱାରା ଜନଚେତନାରେ ସତ୍ୟଗୁଣର ପ୍ରାବଲ୍ୟ ଘଟାଇ ପ ମହାଭୂତରେ ଥିବା ଅସନ୍ତୁଳନକୁ ଦୂର କରି ପୃଥିବୀରେ ଦେଖା ଦେଇଥିବା ସମସ୍ତ ସମସ୍ୟାର ସମାଧାନ କରିବାର ସଂକଳ୍ପ ନେଇ ସ୍ୱାମୀ ଶ୍ରୀଆତ୍ମାନନ୍ଦଜୀ ମହାରାଜ ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶରେ, ଭାରତର ବିଭିନ୍ନ ପ୍ରଦେଶରେ ବୁଲି ବୁଲି ବେଦଯଜ୍ଞ କରିବା ପାଇଁ ଲୋକମାନଙ୍କୁ ସଂଗଠିତ କରାଉଛନ୍ତି । ଶହଶହ ବ୍ରାହ୍ମଣଙ୍କୁ ତିରୁବନ୍ନମଲାଇସ୍ଥିତ ନିଜ ଆଶ୍ରମକୁ ନେଇ ବେଦମନ୍ତ୍ରର ସସ୍ୱର ଓ ସଚ୍ଛନ୍ଦ ପାଠ ପାଇଁ ପ୍ରଶିକ୍ଷଣ ଶିବିର ଖୋଲିଛନ୍ତି । ବେଦଯଜ୍ଞ କିପରି କରାଯିବ ସେଥିପାଇଁ ମାର୍ଗଦର୍ଶନ ଦେଉଛନ୍ତି ଏବଂ ଜାଗା ଜାଗାରେ ଯଜ୍ଞ କରାଉଛନ୍ତି ।
ବେଦଯଜ୍ଞ ଆନ୍ଦୋଳନ ——-
ସ୍ୱାମୀଜୀଙ୍କ ଆହ୍ୱାନରେ ବିଭିନ୍ନ ସ୍ଥାନରେ ବେଦଯଜ୍ଞ ଯେଉଁ ଅଭୂତପୂର୍ବ ଆଗ୍ରହ ସୃଷ୍ଟି ହୋଇଛି । ଓଡ଼ିଶାର ତାଳଚେରରେ କଳିଯୁଗର ପ୍ରଥମ ଯଦୁର୍ବେଦ ଯଜ୍ଞ ଓ କେନ୍ଦୁଝରରେ ପ୍ରଥମ ଅଥର୍ବ ବେଦ ଯଜ୍ଞ ସମ୍ପନ୍ନ ହୋଇସାରିଛି । ଓଡ଼ିଶାର ପ୍ରତ୍ୟେକ ସହରରେ ଓ ପଞ୍ଚାୟତ ସ୍ତରରେ ବେଦଯଜ୍ଞ କରିବାର ଆହ୍ୱାନ ସ୍ୱାମୀଜୀ ଦେଇଛନ୍ତି । ବାଣିଜ୍ୟ ନଗରୀ ପାରାଦୀପଠାରେ କଳିଯୁଗର ଋୁଗବେଦ ଯଜ୍ଞ ସଂପନ୍ନ ହୋଇସାରିଛି । କଳିଯୁଗର ପ୍ରଥମ ସାମବେଦ ଯଜ୍ଞ ଯାଜପୁର ରୋଡ ଏବଂ ବରଗଡର ସୋହେଲା ଠାରେ ହେବାର ଆୟୋଜନ ଆରମ୍ଭ ହୋଇଛି ।
ସ୍ୱାମୀଜୀଙ୍କ ମାନବବାଦ ——–
ସ୍ୱାମୀଜୀ ଜାତି ପ୍ରଥାରେ ବିଶ୍ୱାସ କରନ୍ତି ନାହିଁ, ପୁରୁଷ- ନାରୀର ଭେଦଭାବକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ । ସେ କହନ୍ତି ପ୍ରତ୍ୟେକ ମନୁଷ୍ୟ ହେଉଛନ୍ତି ପ୍ରକୃତିମାତାର ସନ୍ତାନ । ସେ ବର୍ଣ୍ଣରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ବା ଶୂଦ୍ର ହେଲେ ମଧ୍ୟ ସେ ହେଉଛନ୍ତି ଭଗବାନଙ୍କର ସ୍ୱରୁ । ପ୍ରତ୍ୟେକ ମନୁଷ୍ୟର ଭଗବାନଙ୍କୁ ଡ଼ାକିବାରେ ଯେପରି ସ୍ୱାଧୀନତା ଅଛି ଠିକ୍ ସେହିପରି ଏ ବିଶ୍ୱରେ ଭଗବାନଙ୍କର ଅଭିବ୍ୟକ୍ତିକୁ ସୁସଂହତ କରିବା ପାଇଁ ଓ ବେଦପାଠ କରିବା ପାଇଁ ମଧ୍ୟ ତାର ଅଧିକାର ରହିଛି । ଯୋଗସାଧାନ କରିବାର ଅଧିକାର ମଧ୍ୟ ପ୍ରତ୍ୟେକ ମନୁଷ୍ୟର ରହିଛି । ନାରୀ ହେଉ ବା ପୁରୁଷ ହେଉ, ବ୍ରାହ୍ମଣ ହେଉ ବା ବୈଶ୍ୟ ହେଉ, କ୍ଷତ୍ରିୟ ହେଉ କି ଶୂଦ୍ର ହେଉ ପ୍ରତ୍ୟେକଙ୍କର ଭଗବାନଙ୍କୁ ଉପାସନା କରିବାର ଅଧିକାର ଯେପରି ରହିଛି । ବେଦପାଠ କରିବାରେ, ଯଜ୍ଞ କରିବାରେ ମଧ୍ୟ ସେହିପରି ଅଧିକାର ରହିଛି । ସ୍ୱାମୀଜୀଙ୍କର ଏହି ମାନବବାଦ, ଏହି ଆହ୍ୱାନ ସମଗ୍ର ମନୁଷ୍ୟ ଜାତିକୁ ଗୋଟିଏ ପରିଚିତି ଭିତରେ ବାନ୍ଧି ଦେଉଛି- ତାହା ହେଉଛି ଆମେ ସମସ୍ତେ ମନୁଷ୍ୟ, ଆମେ ସମସ୍ତେ ଭଗବାନଙ୍କ ସ୍ୱରୂ । ଆମେ ସମସ୍ତେ ଏକ ମନ, ଏକ ବିଚାର, ଏକ ପ୍ରେରଣା ଏବଂ ଏ ମହତ୍ କଳ୍ପନା ନେଇ, ମହତ୍ ଅଭୀପ୍ସା ନେଇ ଯଦି ଏକତ୍ରିତ ହେବା ତେବେ ପୃଥିବୀରେ ନିଶ୍ଚିତ ରୂପରେ ଏକ ନୂତନ ଚେତନାର ଜନ୍ମ ହେବ ଓ ସେହି ଚେତନାରୁ ସୃଷ୍ଟି ହେବ ଏକ ନୂତନ ସଭ୍ୟତା, ନୂତନ ସଂସ୍କୃତି ଓ ନୂତନ ଅଭିବ୍ୟକ୍ତି ।
ଉପସ୍ଥାପନା —- ବରଦା ପ୍ରସନ୍ନ ଦାସ,
ଯୁଗ୍ମ ନିର୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା
ଦୂରଭାଷ –୯୮୬୧୧୪୫୬୮୭