ଗୁରୁବାରେ ଢେଙ୍କାନାଳ ଗଜଲକ୍ଷ୍ମୀ ଉତ୍ସବରେ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ…

ଢେଙ୍କାନାଳ(ସମୃଦ୍ଧ ଓଡିଶା)ଗଜଲକ୍ଷ୍ମୀ ପୂଜା ଢେଙ୍କାନାଳରେ କୁମାରପୂର୍ଣ୍ଣିମା ଦିନରୁ ବହୁ ଆଡମ୍ବରରେ ଚାଲିଛି । ଆଜି ଗୁରୁବାର ଯୋଗୁଁ ମାଁଙ୍କ ନିକଟରେ ଧାନଗଛ, ଅଁଳାଗଛ, ଅଁଳାଡାଳ, କଉଡ଼ି, ହଳଦୀ, ନୁଆଁ ଲୁଗା ଆଦି ଅର୍ଚନା କରାଯାଇଛି । ମଣ୍ଡାପିଠା, ଖିରି, କାକରା ଆଦି ପୂଜା କରାଯାଇ ମାଁଙ୍କୁ ପଦ୍ମଫୁଲରେ ସଜାଯାଇଛି । ଆଜିର ଗୁରୁବାର ପୁଜାଟି ବିଶେଷ କରି ମହିଳା ଭକ୍ତ ମାନଙ୍କ ପାଇଁ ବିଶେଷ ଉପଭୋଗ୍ୟ ହୋଇଛି । 

ରିପୋର୍ଟ:ଶୁଭମ ପାଣି