


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଆମ୍ବପୁଆରେ ଥିବା ରିଜର୍ଭ ପୋଲିସ୍ ପଡ଼ିଆରେ ୫୬ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶିଷ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ଜିଲ୍ଲା ଗୃହରକ୍ଷୀ ବାହିନୀ ଦ୍ୱାରା ଅନୁଷ୍ଠିତ ଏହି ପ୍ୟାରେଡ଼୍ ଉତ୍ସବରେ ଅଭିବାଦନ ଗ୍ରହଣ କରିବା ସହ ପ୍ରଶଂସନୀୟ କର୍ତ୍ତବ୍ୟ କରିଥିବା ଗୃହରକ୍ଷୀ ମାନଙ୍କୁ ପୁରସ୍କୃତ କରିଥିଲେ । ଆଇନଶୃଙ୍ଖଳା ଏବଂ ଟ୍ରାଫିକ୍ ସୁଧାରିବା ଦିଗରେ ଗୃହରକ୍ଷୀମାନଙ୍କ ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଗୃହରକ୍ଷୀମାନେ ସେମାନଙ୍କ ଭୂମିକା ସଠିକ୍ ଭାବେ ନିର୍ବାହ କରୁଥିବାରୁ ଡ଼ିଆଇଜି ସିଂ ସେମାନଙ୍କୁ ପ୍ରଶଂସା କରିଥିଲେ । ସେହିଭଳି ନିଷ୍ଠାର ସହ ନିଜ ଦାୟୀତ୍ୱ ଏବଂ କର୍ତବ୍ୟ ସଂପାଦନ ପାଇଁ ଡ଼ିଆଇଜି ସିଂ ୩ ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରି ଅନ୍ୟମାନଙ୍କୁ ଏଭଳି କାର୍ଯ୍ୟ ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ । ଏଥିରେ ଟାଉନ୍ ଏସଡ଼ିପିଓ ପ୍ରଭାତ ଚନ୍ଦ୍ର ରାଉତରାୟ, ଅତିରିକ୍ତ ଏସପି ଶାନ୍ତନୁ କୁମାର ଦାଶଙ୍କ ସମେତ ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ବହୁ ପୋଲିସ୍ ଅଧିକାରୀ ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

