ଛତ୍ରପୁର (ସମୃଦ୍ଧ ଓଡିଶା) ଗୃହହୀନ ଜମିହୀନ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ ନିମନ୍ତେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ସୂଚନମୁତାବକ ବ୍ରହ୍ମପୁର ତହସିଲ ଅନ୍ତର୍ଗତ ହରିଡ଼ାଖଣ୍ଡି ମୌଜାରେ ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ୍ବ ହେଲା ବସତି ସ୍ଥାପନ କରିଥିବା ଉତ୍ତରମୁଖୀ ସାହିର ୧୭୨ଟି ଗୃହହୀନ, ଜମିହୀନ ହରିଜନ ପରିବାରକୁ ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ ବୋଲି ଅଭିଯୋଗ କରାଯାଇଛି । ଏହାସହ ବାରମ୍ବାର ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜଣାଯାଇଥିଲେ ମଧ୍ୟ ଜମି ପଟ୍ଟା ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯାଇ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି ବୋଲି ଭାରତୀୟ ବିକାଶ ପରିଷଦର ସମ୍ପାଦକ କହିଛନ୍ତି । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ରଶ୍ମି ରଂଜନ, ରାଜ୍ୟ ସମ୍ପାଦକ ରାଜେନ୍ଦ୍ର ଦଳ ବେହେରା, ଉପସଭାପତି ଇ.ରାଜେନ୍ଦ୍ର ପ୍ରସାଦ ଓ ବୃନ୍ଧାବନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା