ଗେଙ୍ଗୁଟିଆ ଶିଶୁ ମନ୍ଦିରରେ ଗୁରୁ ଦିବସ ଉତ୍ସବ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାଦ୍ରବ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ଗୁରୁବାର ଦିନ ଢେଙ୍କାନାଳ ଜିଲ୍ଲାର ସଦରବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଗେଙ୍ଗୁଟିଆ ପଂଚାୟତ ଉଚ୍ଚ ବିଦ୍ୟାଳୟରୁ ଅବସର ନେଇଥିବା ପ୍ରଧାନଶିକ୍ଷକ ଦୁର୍ଗାଚରଣ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ତତସହିତ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ସାହାଣୀ, ଉପ ସଭାପତି ଚିତ୍ତରଞ୍ଜନ ମହାନ୍ତି, ସମ୍ପାଦକ ପ୍ରଦ୍ମନାଭ ରାଉତ, କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଗୁରୁଜୀ ପ୍ରମୋଦ କୁମାର ମିଶ୍ର ଅତିଥି ମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ତତପରେ ଶିଶୁ ଭାରତୀୟ ଭାଇ ଓ ଭଉଣୀମାନେ ଗୁରୁ ଶିଷ୍ୟ ପରମ୍ପରାକୁ ଆଧାର କରି ଗୁରୁଜୀ ଗୁରୁମାଙ୍କୁ ପୂଜନ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟରୁ ପ୍ରତିଯୋଗିତା ପ୍ରମୁଖ ଶ୍ରୀମତୀ ସୁଭଦ୍ରା ସାହୁ ବକୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୩୦ ଜଣ ଭାଇ ଓ ଭଉଣୀ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁମିତ୍ରା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି