

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରକାଶ ଚନ୍ଦ୍ର ନନ୍ଦ ପାରିମାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ତାଙ୍କ ସହ ଧର୍ମିଣୀ ରଶ୍ମିପ୍ରିୟା ମିଶ୍ର, ପୂର୍ବତନ ଓଡ଼ିଆ ଅଧ୍ୟାପିକା ଦୀପ ପ୍ରଜ୍ଜ୍ଵଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତତସହିତ ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଦ୍ୱୟ ଅରୁଣ କୁମାର ଓର୍ବା ଓ ପ୍ରସନ୍ନ କୁମାର ପାତ୍ର (ମାତୃଭଵନ, ବାରଦା) ଓ ଭାବିରାମ ମଡେଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ୱୟ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଆଗାମୀ ଦିନର ଆଜିର ଶିଶୁ ଭବିଷ୍ୟତରେ ବିଜ୍ଞାନର ଉପାଦେୟକୁ ଆଧାର କରି ବୈଜ୍ଞାନିକ ରୂପେ ପରିଗଣିତ ହୋଇ ଦେଶ ଓ ଜାତିରୁ ନାଁ ରଖିବେ ଓ ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡ଼.ଅବଦୁଲ କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଆନ୍ତରିକତା ସହ ବିଚାରକ ରୂପେ କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କର ପ୍ରକଳ୍ପଗୁଡିକୁ ନିରୀକ୍ଷଣ କରିଥିଲେ । ବାଳବର୍ଗରେ ବିଜ୍ଞାନ ଓ ଗଣିତ ଆଧାରିତ ନମୁନା ୨୨ଟି ଓ ଶିଶୁ ବର୍ଗରେ ବିଜ୍ଞାନ ଓ ଗଣିତ ଆଧାରିତ ନମୁନା ୩୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ଉତ୍ସବରେ ପୁରାତନ ଓ ନୂତନ ପରିଚାଳନା ସମିତିର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ରାମେଶ କୁମାର ରାଉତ, ପ୍ରଦୀପ କୁମାର ମଲ୍ଲିକ, ସନ୍ତୋଷ କୁମାର ପୃଷ୍ଟି, ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ପ୍ରସନ୍ନ କୁମାର ସାହାଣୀ, ଚିତ୍ତରଞ୍ଜନ ମହାନ୍ତି, ପଦ୍ମନାଭ ରାଉତ, ରବିନାରାୟଣ ସାହୁ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହ ଆଗାମୀ ଦିନରେ ବିଜ୍ଞାନ କ୍ଷେତ୍ରରେ ଉଚ୍ଚକୋଟୀର ପ୍ରକଳ୍ପ ପ୍ରଦର୍ଶନ କରି ସଂକୁଳ ଓ ସଂଭାଗ ସ୍ତରରେ ସ୍ଥାନାଙ୍କ ପାଇବା ପାଇଁ ମାର୍ଗଦର୍ଶନ କରିଥିଲେ । ଶିକ୍ଷା ବିକାଶ ସମିତିର ଯୋଜନା ଅନୁଯାୟୀ ପାରମ୍ପରିକ ରୀତିରେ ଉତ୍ସବଟିକୁ ପ୍ରଧାନଚାର୍ଯ୍ୟ ପ୍ରମୋଦ କୁମାର ମିଶ୍ର ଅତିଥି ପରିଚୟ ସହିତ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ । ଏଥି ସହିତ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ପୂର୍ଣ୍ଣମାତ୍ରାରେ ଆନ୍ତରିକ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସଭାପତି ଓ କର୍ମଚାରୀମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି