



ବ୍ରହ୍ମପୁର(ସମୃଦ୍ଧଓଡିଶା) ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟଙ୍କ ୧୦୬ତମ ଜୟନ୍ତୀ ମଞ୍ଚର ସଭାପତି ରାଜେନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆସିକା ରୋଡ ବିନାୟକ ସ୍ମୃତି ବିଦ୍ୟାଳୟରେ ମହାସମାରୋହରେ ପାଳନ କରାଯାଇଛି । ସ୍ୱର୍ଗତ ବିନାୟକ ଆଚାର୍ଯ୍ୟ ଜଣେ ଆଦର୍ଶ ଶିକ୍ଷକରୁ ରାଜନେତା ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ ତେଣୁ ତାଙ୍କୁ ସ୍ମରଣ ଉଦ୍ଦେଶ୍ୟରେ ତାଙ୍କ ନାମରେ ତାଙ୍କ ଅଞ୍ଚଳରେ ତଥା ଗେଟ୍ ବଜାର ଠାରୁ ହରିଡ଼ାଖଣ୍ଡି ରାସ୍ତାକୁ ବିନାୟକ ଆଚାର୍ଯ୍ୟ ମାର୍ଗ ନାମରେ ନାମ କରଣ ପାଇଁ ଦାବୀ ହୋଇଛି ଆଜିର ଏହି ଜୟନ୍ତୀରେ । ଏହି ଜୟନ୍ତୀ ଉତ୍ସବରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ରବି ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିନାୟକ ଆଚାର୍ଯ୍ୟ ଜଣେ ଆଦର୍ଶ ଶିକ୍ଷକ ଓ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ପରିଚିତ ଥିଲେ ତାଙ୍କ ଆଦର୍ଶକୁ ଏବର ଯୁବ ସମାଜ ଅନୁକରଣ କରିବା ଆବଶ୍ୟକ ବୋଲି ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ସମାଜ ସେବୀ ଟି ଗୋପୀ ଉପଦେଷ୍ଟା ଡ୍ ଶିବ ପ୍ରସାଦ ମିଶ୍ର, ଶିକ୍ଷକ ନେତା କମରଜୁ ମହାରଣା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଗବାନ ନାୟକ ମଞ୍ଚାସିନ ଥିଲେ। ବକ୍ତାମାନେ ସ୍ବର୍ଗତ ଆଚାର୍ଯ୍ୟଙ୍କ ସରଳ ଜୀବନ ଯାପନ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏତେ ବଡ଼ ପଦ ଅଳଙ୍କୃତ କରି ମଧ୍ୟ ପରିବାର ପାଇଁ କିଛି କରି ନାହାନ୍ତି । ପୈତୃକ ଘରକୁ ଛାଡି ଦେଲେ ତାଙ୍କର ଅନ୍ୟ କିଛି ସମ୍ପତି ନାହିଁ । ଏହି ଆଦର୍ଶତାକୁ ଆଜିବି ଲୋକେ ତାଙ୍କୁ ମାନେ ପକାଉ ଥିବା ବକ୍ତାମାନେ କହିଥିଲେ । ବିଦ୍ୟାଳୟର ଛାତ୍ରମାନଙ୍କ ସହ ଉପସଭାପତି ପ୍ରଦୀପ ସାହୁ, ମାନସ ରଞ୍ଜନ ତ୍ରିପାଠୀ, ଆଦିତ୍ୟ ରଥ, ସଞ୍ଜୀବ ପଟ୍ଟନାୟକ, ଅଳକ ମିଶ୍ର, ସୀମାଞ୍ଚଳ ସାହୁ ପ୍ରମୁଖ ବକ୍ତାମାନେ ଯୋଗଦେଇ ଆସିକା ରୋଡ ମୁଖ୍ୟ ରାସ୍ତାକୁ ବିନାୟକ ଆଚାର୍ଯ୍ୟ ମାର୍ଗ ଭାବେ ନାମିତ କରାଯିବାକୁ ଦାବୀ କରିଥିଲେ ଏବଂ ,ତାଙ୍କର ଏକ ପ୍ରତିମୂର୍ତ୍ତି ରାଜଧାନୀରେ ସ୍ଥାପନ କରାଯିବାକୁ ଦାବୀ କରି ଏହି ସମନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଥିଲେ । ସଭା ଶେଷରେ ଡ୍ ଶିବ ପ୍ରସାଦ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରିପୋର୍ଟ : ରାଜେନ୍ଦ୍ର ପଣ୍ଡା, ସଭାପତି, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ, ବ୍ରହ୍ମପୁର