

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଅବସରପ୍ରାପ୍ତ ବରିଷ୍ଠ ରାଜସ୍ୱ ଅଧିକାରୀ ମାନଙ୍କ ନେଇ ଗଠିତ ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସେର୍ଭିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଞ୍ଚମାର୍କ ଭେଲୁ ଏସନ, ଗ୍ରାମ କଣ୍ଠ ପଟା, ଘରବାରୀ ପଟା, ଜମି କ୍ରୟରେ ଅତ୍ୟଧିକ ଷ୍ଟାମ୍ପ ବ୍ୟୟ ଭଳି ତ୍ରୁଟିପୂର୍ଣ ରାଜସ୍ୱ ଆଇନ ସରକାର ସଂଶୋଧନ କରି ଜନ ହିତରେ କାର୍ଯ୍ୟକାରିତା ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସୁଶାନ୍ତ ରାଜଗୁରୁ, ସଭାପତି ବିନୋଦ ପାଣିଗ୍ରାହୀ, ସମ୍ପାଦକ ଦୁର୍ଗା ମିଶ୍ର, ଆଇନଜୀବୀ ରାଧା ଚରଣ ନାୟକ, ସଂଯୋଜକ ଗୋକୁଳ ତ୍ରିପାଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା