କଟକ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶ ଓ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ ଜୀବିକା ହରାଇଛନ୍ତି ଅନେକ ଛୋଟ ଛୋଟ ଦୋକାନୀ, ଦିନମଜୁରିଆ ଓ ମଧ୍ୟବିତ ପରିବାର । ତାଙ୍କୁ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ଯୁବ ସଂସଦ । କଟକ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ମହମ୍ମଦ ପୁର ଗ୍ରାମର ଗୋପବନ୍ଧୁ ଯୁବକ ସଂଘର କର୍ମକର୍ତ୍ତାମାନେ ଏହି ଗରିବ ଦିନମଜୁରିଆ ଶ୍ରମିକମାନକୁ ଲକଡାଉନ ବେଳେ ସାହାର୍ଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି । ଦୈନନ୍ଦିନ ଯଥା ସମ୍ଭବ ଶୁଖିଲା ଖାଦ୍ୟ ବାଣ୍ଟି ଆସୁଛନ୍ତି । ପ୍ରାୟ ୧୦୦୦ ପ୍ୟାକେଟ ଶୁଖିଲା ଖାଦ୍ୟ ଇତି ମଧ୍ୟରେ ବଣ୍ଟା ସାରିଲାଣି ବୋଲି ଜଣାପଡିଛି । ଲକଡାଉନ ଶେଷ ହେବା ଯାଏଁ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଂଘର ସଭ୍ୟ ଅମନ କୁମାର ଦଳାଇ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ଗିଲ, ମନୋଜ କୁମାର ନାୟକ, ବାବୁନି ନାୟକ, ସରୋଜ କୁମାର ସାହୁ ପ୍ରମୁଖ କର୍ମକର୍ତ୍ତାମାନେ ସହଯୋଗ କରୁଥିବା ଜଣାଯାଇଛି ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ