ଗୋପାଳ କୃଷ୍ଣ ଆଧ୍ୟାତ୍ମିକ ସଂସଦ ପ୍ରତିଷ୍ଠା ଓ କର୍ମକର୍ତ୍ତା ଚୟନ ଉତ୍ସବ ଅନୁଷ୍ଠିତ…

ପୁରୀ (ସମୃଦ୍ଧ ଓଡିଶା) ରଞ୍ଜନ କୁମାର ପଣ୍ଡାଙ୍କ ଜନ୍ମ ୧୯୭୧ ମସିହା ଡିସେମ୍ବର ୧୪ ତାରିଖ ବାଲେଶ୍ୱର ଜିଲ୍ଲାର ସୋର ଉପଖଣ୍ଡ ଅନନ୍ତପୁର ନିକଟବର୍ତ୍ତୀ ମୂଳକାୟଦା ଗ୍ରାମରେ । ପିତା ଶ୍ରୀ ରାମଚନ୍ଦ୍ର ପଣ୍ଡା ଓ ମାତା ବାସନ୍ତୀ ଦେବୀଙ୍କର ସେ ଜ୍ୟେଷ୍ଠ ସନ୍ତାନ । ସମ୍ପ୍ରତି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ଗୁପ୍ତେଶ୍ଵର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ । ସାହିତ୍ୟପ୍ରାଣ ଶ୍ରୀଯୁକ୍ତ ପଣ୍ଡା ସାମ୍ପ୍ରତିକ ପରିସ୍ଥିତିରେ ଦିଗଭ୍ରଷ୍ଟ ମାନବ ସମାଜକୁ କିପରି ଶୃଙ୍ଖଳିତ କରାଯାଇ ପାରିବ ସେଥିପାଇଁ ଭିନ୍ନ ଏକ ପ୍ରୟାସ ଜାରି ରଖିଛନ୍ତି । ଆଧ୍ୟାତ୍ମିକ ବାର୍ତ୍ତାର ପ୍ରଚାର ପ୍ରସାର ପାଇଁ ନିଜର କିଛି ଶୁଭେଛୁଙ୍କୁ ନେଇ ନିଜ ଜେଜେବାପା ସ୍ୱର୍ଗତ ଗୋପାଳ ପଣ୍ଡା ଓ ଅଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର କରଙ୍କ ସ୍ମୃତି ଚାରଣ ସକାଶେ ଗଢିଛନ୍ତି” ଗୋପାଳକୃଷ୍ଣ ଆଧ୍ୟାତ୍ମିକ ସଂସଦ”। ତାଙ୍କର ଏହି ମହତ କାର୍ଯ୍ୟରେ ସହାୟତାର ହାତ ବଢ଼ାଇଛନ୍ତି ଶୁଭେଚ୍ଛୁ ଆୟୁଷ୍ମାନ୍ ଆଶିଷ କୁମାର ସ୍ୱାଇଁ (ସମାଜସେବୀ, ପୁରୀ), ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର(ମୁଖ୍ୟ ଉପଦେଷ୍ଟା, ଉତ୍କଳ ବ୍ରାହ୍ମଣ ମହାସଂଘ, ମୁକ୍ତିମଣ୍ଡପ, ପୁରୀ, ଓଡିଶା), ଡଃ ତପନ କୁମାର ଦାଶ(ଚିକିତ୍ସକ, ଅଧ୍ୟକ୍ଷ ଦୀକ୍ଷା ମିଶନ, ପୁରୀ, ଓଡିଶା), କବି ସୌରଭ କୈଳାଶ ଚନ୍ଦ୍ର ବେହେରା (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, କନ୍ଧମାଳ), ସୀମାଞ୍ଚଳ ପଣ୍ଡା (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଗଞ୍ଜାମ), ଶ୍ରୀମତୀ ସବିତା ଶୁକ୍ଳା, (ସୁଲେଖିକା, ନୟାଗଡ଼), ଶ୍ରୀମତୀ ମାମିନୀ ଦାଶ (ଶିକ୍ଷୟିତ୍ରୀ, ମଙ୍ଗଳ ବିଭାଗ, ଜୟପୁର, କୋରାପୁଟ ), ବିଶ୍ୱେଶ୍ୱର ମାଝୀ ( ଚିଫ୍ ମ୍ୟାନେଜର, ଭିଜିଲାନ୍ସ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ବର), କିଶୋର ଚନ୍ଦ୍ର ପ୍ରଧାନ (ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ମାଟିଲଗ୍ନା ସାହିତ୍ୟ ସଂସଦ ସଭାପତି, ମାଲକାନଗିରି), ଶୁଭନାରାୟଣ ଶତପଥୀ (ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ପୁରୀ), ଶ୍ରୀ ଅଖଣ୍ଡ (ବରିଷ୍ଠ ସମାଜସେବୀ, ଆଧ୍ୟାତ୍ମିକ ପୁସ୍ତକ ରଚୟିତା, ପୁରୀ) ଦିଗମ୍ବର ବେହେରା (ଆଇନଜୀବୀ ଓ ସାମାଜିକ କର୍ମୀ, ସଦସ୍ୟ-ଜିଲ୍ଲା ଭିଜିଲାନ୍ସ ଓ ମନିଟରିଂ କମିଟି, ଆବାହକ-ଭାଷା ସୁରକ୍ଷା ସମ୍ମିଳନୀ, ପୁରୀ ଜିଲ୍ଲା । ପ୍ରତିଷ୍ଠାତା ସମ୍ପାଦକ- କୁମାରକବି ଫାଉଣ୍ଡେସନ, ଉପସଭାପତି, ସଚେତନ ନାଗରିକ ମଞ୍ଚ), ଅଜୟ କୁମାର ମିଶ୍ର (ପ୍ରଧାନ ଶିକ୍ଷକ ମଙ୍ଗଳ ବିଭାଗ, ସଭାପତି ସିବା, ଜୟପୁର, ବରିଷ୍ଠ ସମାଜ ସେବୀ), ପ୍ରଫୁଲ୍ଲ କୁମାର ହୋତା (ଅବସର ପ୍ରାପ୍ତ ଶିକ୍ଷକ, ଖୋର୍ଦ୍ଧା) । ଏହି ନିସ୍ୱାର୍ଥପର ଆଧ୍ୟାତ୍ମିକ ସଂସଦର ବଳିଷ୍ଠ ପ୍ରୟାସରେ କିଛି ଆଧ୍ୟାତ୍ମିକବାଦୀ ବ୍ୟକ୍ତିତ୍ୱଙ୍କୁ ନେଇ ଓ ବିଭିନ୍ନ ନୈତିକଶିକ୍ଷା ମୂଳକ ବାର୍ତ୍ତା ମାଧ୍ୟମରେ ସମାଜରେ ଥିବା ବିଭିନ୍ନ ପ୍ରକାର ମନ୍ଦ ଆଚରଣ, ହି°ସା, ଦ୍ବେଷ, ଇର୍ଷା, ପରଶ୍ରୀ କାତରତା ସ୍ବାର୍ଥ ମନୋଭାବକୁ ଦୂରେଇ ଦେଇ ଏକ ସୁସଂସ୍କାରିତ, ସୁସ୍ଥ ଓ ଶୃଙ୍ଖଳିତ ସମାଜ ପ୍ରତିଷ୍ଠା ହୋଇ ପାରିବ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି ଶ୍ରୀ ପଣ୍ଡା । ଅଦ୍ୟ ତା ୦୨-୦୯-୨୦୨୦ ରିଖ ବୁଧବାର ପଵିତ୍ର ଭାଗବତ ପ୍ରତିଷ୍ଠା ଦିବସରେ ଶୁଭାରମ୍ଭ କରିଥିବା ଏହି ଅନୁଷ୍ଠାନ ଭାଷା ସାହିତ୍ୟକୁ ସୁଦୃଢ଼ କରିବା ସହିତ ପ୍ରତ୍ୟେକ ଉତ୍କଳୀୟଙ୍କ ପ୍ରାଣରେ ଭରିଦେଵ ଆଧ୍ୟାତ୍ମିକତାର ଭିନ୍ନ ଏକ ସ୍ୱାଦ ବୋଲି କୁହାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା