ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ସ୍ଥାନୀୟ ଗୋପଳପୁର ଏନସିରେ ୫୫ନମ୍ବର ଯୋନ ସ୍ତରୀୟ ସାଙ୍ଗଠନିକ ବୈଠକ କଂଗ୍ରେସ କର୍ମୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏହା ଜୋନ ସଭାପତି ମୋହନ ରେଡ୍ଡୀ ଓ ଗୋପାଳପୁର ଏନସି ସଭାପତି ଏମ. ମଧୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ ବିରୋଧୀ ନୀତିକୁ ସମାଲୋଚନା କରାଯିବା ସହ ଏହି ସରକାର ଦ୍ୱୟ ପୁଞ୍ଜିପତି, ଧନୀମାନଙ୍କ ସ୍ୱାର୍ଥରେ କାମ କରୁଥିବା ବକ୍ତାମାନେ ପ୍ରକାଶ କରିଥିଲେ । ବିଜେଡି ଦଳ ଯୋଗୁଁ ଗୋପାଳପୁରର ବିକାଶ ହୋଇପାରି ନାହିଁ ଓ ବିଜୁ ଗୁଣ୍ଡା ବାହିନୀ ଜରିଆରେ ନବୀନ ସରକାର ଓ ସ୍ଥାନୀୟ ବିଧାୟକ ରାଜ ଚଳାଇଥିବା ଅଭିଯୋଗ ହୋଇଥିଲା । ଆଜି ପର୍ଯ୍ୟନ୍ତ ତିତିଲି କ୍ଷତିଗ୍ରସ୍ଥକୁ କ୍ଷତିପୂରଣ ମିଳି ନଥିବା ବେଳେ ରାଜ୍ୟ ସରକାର ପୁଣି କାଳିଆ ଯୋଜନା କରିଛନ୍ତି ଯାହା କେବଳ ଭୋଟ ପାଇଁ ଉଦ୍ଧିଷ୍ଟ ବୋଲି ବକ୍ତାମାନେ କହିଥିଲେ । ଏହାସହ ମୋଦି ମିଛୁଆ ଓ ନବୀନ ଠକ ମାନଙ୍କର ସରକାର ବୋଲି କହିଥିଲେ । ଏହି ବୈଠକରେ ଜିଲ୍ଲା ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଗୋପାଳପୁର ବିଧାନ ସଭା ପାଇଁ ଆଗାମୀ ପାର୍ଥି ଏସ. ଧର୍ମରାଜୁ ରେଡ୍ଡୀ, ଭୋକିଲା ସେଠି, ସୁଦର୍ଶନ ଖୁଣ୍ଟିଆ, ଉମାକାନ୍ତ ସାସମଲ, ଧୀରେନ୍ଦ୍ର ପାତ୍ର, ଗୋକୁଳ କର, ରାମାରାଓ ରେଡ୍ଡୀ, ଆର. କାଶି, କ୍ରିଷ୍ନା ରାଓ, ଚନ୍ଦ୍ର ଶେଖର ରାଓ, ଏସ. ମେନକା ରେଡ୍ଡୀ, ପ୍ରିୟା ମାଝି, ଉମା ରେଡ୍ଡୀ, ଶିବା ରାଓ, ନାଲୁ ନାୟକ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା