

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଙ୍କୁଳିର ଉତ୍ସବ କଲ୍ୟାଣ ମଣ୍ଡପରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ୫ଟି ୱାର୍ଡ ୩୬, ୩୭, ୩୮, ୩୯, ୪୦କୁ ନେଇ ଜିଲ୍ଲା କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମଜିଲ୍ଲା କଂଗ୍ରେସ ସଭାପତି ଡ଼ଃ. ତ୍ରିନାଥ ବେହେରା ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସାଧାରଣ ସଂପାଦକ ଏସ. ଧର୍ମରାଜ ରେଡ୍ଡୀଙ୍କ ନେତୃତ୍ୱରେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମଜିଲ୍ଲା କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା ଓ ଦୀପକ ପଟ୍ଟନାୟକ ଉଦବୋଧନ ଦେଇ ବିଜେଡିର ୧୯ ବର୍ଷର କୁଶାସନ, ବିଜେପିର ଏକ ଛତ୍ରବାଦୀ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ବର୍ତ୍ତମାନ କଂଗ୍ରେସ ତିନୋଟି ରାଜ୍ୟରେ ଶାସନ ଅକ୍ତିଆର କରିପାରିଛି, ଯେଉଁଠାରେ ବିଜେପିର ଶାସନ ଚାଲିଥିଲା ସେଠି ଲୋକମାନେ ବିଜେପିର ଦୁର୍ନୀତିର ମୁଖା ଖୋଲିଦେଇ କଂଗ୍ରେସକୁ ପୁଣି ଅକ୍ତିଆର କରିନେଇଛନ୍ତି । ଏହାଦ୍ୱାରା କଂଗ୍ରେସର ଅଭ୍ୟୁଦୟ ଓ ଲୋକମାନଙ୍କ ଆଗ୍ରହ ପୁଣି ଠାରେ କଂଗ୍ରେସ ପ୍ରତି ଆଗ୍ରହ ବଢିଛି ବୋଲି ବକ୍ତବ୍ୟରେ କହିଥିଲେ । ଛତିଶଗଡ଼ରେ ଓଡିଶା ଭଳି ଦୀର୍ଘ ୧୮ ବର୍ଷ ହେଲା ବିଜେପି ଶାସନ କରି ଆସୁଥିଲା । ଲୋକେ ବିଜେପି ପ୍ରତି ସେଠାରେ ଅଣନିଶ୍ୱାସୀ ହୋଇଯାଇଥିଲେ । କଂଗ୍ରେସ ବହୁ ପରିମାଣରେ ଭୋଟ ପାଇ ଶତକଡା ୭୭ ଆସନ ଅକ୍ତିଆର କରିଛି । ଓଡିଶାରେ ଏହାର ପୁନରାବୃତି ହେବାକୁ ଯାଉଅଛି ବୋଲି ଭାଷଣରେ କହିଥିଲେ । ଏଥିରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସ୍ୱରୂପା ତ୍ରିପାଠୀ, ଆର. ରାଜେନ୍ଦ୍ର, ଗୋକୁଳ କର, ଭୋକଲି ସେଠି, ନିରଞ୍ଜନ ପାଣିଗ୍ରାହୀ, ୫୩, ୫୪ ଓ ୫୫ ଜୋନର ସଭାପତି ଧୀରେନ୍ଦ୍ର ପାତ୍ର, ଉମା ସାସମଲ, ଆର. କାଳୁ, କେ. ମୋହନ ରେଡ୍ଡୀ, ଶ୍ରମିକ ନେତା ଡମ୍ବୁରୁ ରଣା, ସୁଦର୍ଶନ ମଲାଣ, ହରିହର ପାତ୍ର, କେ. ବାମନ ଆଚାରୀ, ସୁନୀଲ ସାହୁ, ଏମ. ମଧୁ, କେ. କ୍ରିଷ୍ନା ରାଓ ପ୍ରମୁଖ ଯୋଗଦେଇ ସଭାକୁ ସଫଳ କରାଇଥିଲେ । ଅନ୍ୟପକ୍ଷରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଭୁକ୍ତ ୱାର୍ଡ ୩୬, ୩୭, ୩୮, ୩୯,୪୦ ଅଞ୍ଚଳର କଂଗ୍ରେସ କର୍ମୀମାଙ୍କର ଏକ ସମ୍ମିଳନୀ ଆଙ୍କୁଲି ସ୍ଥିତ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଏହି ୱାର୍ଡ ମାନଙ୍କୁ ଲାଗି ବହୁ ଅଞ୍ଚଳ ଏବେ ମଧ୍ୟ ମହାନଗର ନିଗମରେ ସାମିଲ ନ ହେବା ଦୁଃଖର କଥା ବୋଲି ବକ୍ତାମାନେ ପ୍ରକାଶ କରିବା ସହ ସହର ତଳି ଅଞ୍ଚଳର ବିକାଶରେ ବୈମାତୃକ ମନୋଭାବ ସହ ଗୋପାଳପୁର ନିର୍ବାଚନ ମଣ୍ତଳୀରେ ଗତ ବିଜେଡି ସରକାର ସମୟରେ ଶିଳାନ୍ୟାସ ଅଧିକ ବିକାଶ କମ ହୋଇଛି । ଗୋପାଳପୁର ବନ୍ଦର, କଳକାରଖାନା, ଆଙ୍କୁଲି ସୂତାକଳ, କିଆପୁଲ ଚାଷୀଙ୍କୁ ମୂଲ୍ୟ ସହ ମସ୍ଥ୍ୟଜୀବୀମାନଙ୍କର ସମସ୍ୟା ସମାଧାନ କରିବାରେ ନବୀନ ସରକାରଙ୍କ ବିଫଳତାକୁ ସମାଲୋଚନା କରାଯାଇଥିଲା । ବିଧାୟକଙ୍କ ‘ମେରି ରାୟ’ ବିରୁଦ୍ଧ ଲୋକଙ୍କୁ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦିଆଯାଇଥିଲା । କେନ୍ଦ୍ରରେ ବିଜେପି ର ସଂପ୍ରଦାୟିକତା ବାଦୀ ମୋଦୀ ସରକାର ଓ ରାଜ୍ୟର ଭ୍ରଷ୍ଟାଚାର, ଅପାରଣ ନବୀନ ସରକାର ବିରୁଦ୍ଧରେ କର୍ମୀମାନେ ଗାଁ ଗାଁ ବୁଲି ପ୍ରଚାର କରିବା ଓ ଆସନ୍ତା ନିର୍ବାଚନରେ ପୁଣି ଗୋପାଳପୁରକୁ କଂଗ୍ରେସ ଦଳ ଦଖଲ କରିବାକୁ ଆହ୍ୱାନ ଦିଆଯାଇଥିଲା । ଗୋପାଳପୁର ଓ ବ୍ରହ୍ମପୁରରେ ବିଜୁ ଗୁଣ୍ଡା ବାହିନୀଙ୍କ ଅରାଜକତା ଓ ଗୁଣ୍ଡା ରାଜ ବିରୁଦ୍ଧରେ ଲୋକଙ୍କ ପାଖକୁ କଂଗ୍ରେସ ଯିବା ସହ ବିଜୁ ଜନତା ଦଳ ବର୍ତ୍ତମାନ ଗୁଣ୍ଡା, ମାଫିଆ ମାନଙ୍କ ଦଳରେ ପରିଣତ ହୋଇଥିବା ବକ୍ତାମାନେ କହିଥିଲେ । ଏହି ସଭାରେ ଜିଲ୍ଲାର ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଦୀପକ ପଟ୍ଟନାୟକ, ନିରଞ୍ଜନ ପାଣିଗ୍ରାହୀ, ଭୋକାଲି ସେଠି, ସ୍ୱରୂପା ତ୍ରିପାଠୀ, ଆର. ରାଜେନ୍ଦ୍ର, ଧର୍ମାରାଜୁ ରେଡ୍ଡୀ, ଗୋକୁଳ କର, ପ୍ରଶାନ୍ତ ସାହୁ, ଆର. କାସି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା





